ସ୍ମୃତି କିମ୍ବା ତାଙ୍କ ଝିଅଙ୍କ ନାଁରେ କୌଣସି ବାର ଲାଇସେନ୍ସ ନାହିଁ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଆଜି ବଡ ବିଜୟ ହୋଇଛି । ଦିଲ୍ଲୀ ହାଇକୋର୍ଟ ଗୋଆ ବାର ବିବାଦ ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ସ୍ମୃତି କିମ୍ବା ତାଙ୍କ ଝିଅଙ୍କ ନାଁରେ ଏହି ବାରର ଲାଇସେନ୍ସ ନାହିଁ । ଏପରିକି ଏହି ଜମିର ମାଲିକାନାରେ ମଧ୍ୟ ସେମାନଙ୍କ ନାଁ ନାହିଁ । କଂଗ୍ରେସ ନେତା ସ୍ମୃତିଙ୍କ ଝିଅ ବେଆଇନ ବାର ଚଳାଉଥିବା ଦାବୀ କରିଥିଲେ । କିନ୍ତୁ ବିଜେପି ନେତ୍ରୀ ପ୍ରଥମରୁ ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ, ଏପରି କି କିଛି ନେତାଙ୍କ ବିରୋଧରେ ମାନହାନୀ କେସ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଏବଂ ତାଙ୍କ ଝିଅ ଏହି ବାର ଚଳାଉଥିଲେ । କୋର୍ଟଙ୍କ ନିଷ୍ପତି ପରେ ବିଜେପି ନେତ୍ରୀ ପରବର୍ତୀ ପଦକ୍ଷେପ କଣ ନେବେ ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।