ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ପରେ ପ୍ରିନ୍ସ ଚାର୍ଲ୍ସ ହେଲେ ବ୍ରିଟେନର ରାଜା

ଲଣ୍ଡନ: ୯୬ ବର୍ଷରେ ବ୍ରିଟେନର ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଗୋଟିଏ ଯୁଗର ଶେଷ ହୋଇଛି। ତାଙ୍କ ମୃତ୍ୟୁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି। ସେ କିଛି ଦିନ ଅସୁସ୍ଥ ଥିଲେ, ଏହା ପରେ ଗୁରୁବାର ଅପରାହ୍ନରେ (ବ୍ରିଟେନ ସମୟ) ତାଙ୍କର ଦେହାନ୍ତ ହୋଇଛି।

ରାଣୀ ଏଲିଜାବେଥ୍ ଦ୍ୱିତୀୟ ସ୍କଟଲ୍ୟାଣ୍ଡର ବାଲମୋରାଲରେ ରହୁଥିଲେ। ଏହି ସମୟରେ ତାଙ୍କ ପୁଅ ପ୍ରିନ୍ସ ଚାର୍ଲ୍ସ ବାଲମୋରଲରେ ରାଣୀଙ୍କ ସହ ଥିଲେ। ଏବେ ରାଣୀଙ୍କ ମୃତ୍ୟୁ ପରେ ସେ ବ୍ରିଟେନର ପରବର୍ତ୍ତୀ ରାଜା ହୋଇଛନ୍ତି ଚାର୍ଲସ (୭୩)। ସେ ଶେଷ ଥର ପାଇଁ ତାଙ୍କ ମା ସହିତ ବାଲମୋରଲରେ ଉପସ୍ଥିତ ଥିଲେ।

ରାଣୀଙ୍କ ମୃତ୍ୟୁ ସର୍ବଦା ରାଜ ପରିବାରରେ ଏକ ବଡ ବ୍ୟକ୍ତିଗତ ଦୁଃଖର ବିଷୟ ଭାବରେ କୁହାଯାଉଥିଲା। ଯେତେବେଳେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାପ୍ରକଟ କଲେ। ପରେ ରାଣୀଙ୍କ ଘର ଆଗରେ ସମ୍ପର୍କୀୟ, ଦୂର ସମ୍ପର୍କୀୟଙ୍କ ଗହଳି ଜମିଲା ଏବଂ ନାତି, ନାତୁଣି ମାନେ ତାଙ୍କ ପାଖକୁ ଆସିବା ଆରମ୍ଭ କଲେ ସେତେବେଳେ ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଯାଇଛି ବୋଲି ସ୍ପଷ୍ଟ ହୋଇଥିଲା।

ଏବେ ତାଙ୍କର ଦେହାନ୍ତ ପରେ ଗୋଟିଏ ବଡ ଯୁଗର ଅବସାନ ହୋଇଛି। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ରାଣୀ ପରମ୍ପରା ଶେଷ ହୋଇଛି। ଆଉ ପ୍ରୋଟୋକଲ ଅନୁଯାୟୀ ରାଣୀଙ୍କ ପରେ ତାଙ୍କ ପୁଅ ତଥା ପ୍ରିନ୍ସ ଚାର୍ଲ୍ସ ହୋଇଛନ୍ତି ବ୍ରିଟେନର ରାଜା।

Related Articles

Back to top button