ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ଫୋରେକ୍ସ କାରବାର ପାଇଁ ଆର୍‌ବିଆଇ ପକ୍ଷରୁ ସତର୍କ ତାଲିକା ଜାରି

ନୂଆଦିଲ୍ଲୀ:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ ସତର୍କ ତାଲିକା ଜାରି କରାଯାଇଛି। ବିଶେଷକରି ସ୍ବୀକୃତି ପାଇ ନ ଥିବା ସଂସ୍ଥାଗୁଡ଼ିକ ସହ କାରବାର ନ କରିବା ଲାଗି ବିଜ୍ଞପ୍ତି ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଯାଇଛିି। ଏପରିକି ବେନାମୀ ସଂସ୍ଥା ଜରିଆରେ ଅର୍ଥ କାରବାର ନ କରିବା ପାଇଁ ସମସ୍ତଙ୍କୁ ବାରଣ ମଧ୍ୟ କରାଯାଇଛି। ସେହିଭଳି ଭେଣ୍ଡରମାନଙ୍କ ଲାଗି ଜାରି କରାଯାଇଥିବା ଉକ୍ତ ତାଲିକାରେ ଆଲ୍‌ପାରି, ଏନିଏଫ୍‌ଏକ୍ସ, ଆଭା ଟ୍ରେଡ୍‌, ବିନୋମୋ, ଇଟୋରୋ, ଏକ୍ସନେସ୍‌ ଭଳି ୩୦ରୁ ଊର୍ଦ୍ଧ୍ୱ ବେନାମୀ ସଂସ୍ଥାର ନାମ ଅନ୍ତର୍ଭୁକ୍ତ ରହିଛି।

Related Articles

Back to top button