
ପୁଣି ଥରେ ଇଣ୍ଡୋନେସିଆରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪
ନୂଆଦିଲ୍ଲୀ : ମଙ୍ଗଳବାର ଭୋର ୩ଟାରେ ପୁଣି ଥରେ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା । ଇଣ୍ଡୋନେସିଆରେ ପୁଣି ଥରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆ ଜିଓଫିଜିକ୍ସ ଏଜେନ୍ସି ଅନୁଯାୟୀ, ସୁମାତ୍ରା ଦ୍ୱୀପର ପଶ୍ଚିମ ଭାଗରେ ଭୂକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ସକାଳ ୩ ଟାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହା ପରେ ଅନେକ ଥର ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।