ସାଇକେଲ ଚଲାଇ ଗିନିଜ ୱାର୍ଲଡ ରେକର୍ଡର ଅଧିକାରୀ ହେଲେ ୭୨ ବର୍ଷୀୟା ବୃଦ୍ଧା

୭୨ ବର୍ଷିୟ ଜଣେ ବୃଦ୍ଧା ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଯେଉଁ ବୟସରେ ଠିକରେ ଚାଲିବା ଅନ୍ୟମାନଙ୍କ ପାଇଁ କଷ୍ଠକର ହୋଇଥାଏ, ସେଠି ଏହି ବୃଦ୍ଧା ଜଣଙ୍କ ସାଇକେଲରେ ସମ୍ପୂର୍ଣ୍ଣ ଆମେରିକାର ଯାତ୍ରା କରିଛନ୍ତି । ୪୩ ଦିନରେ ବୃଦ୍ଧା ୨,୦୮୩ ମାଇଲ ଯାତ୍ରା କରି ଗିନିଜ ୱାର୍ଲଡ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହାସହ ଏପରି କରିବାରେ ଦୁନିଆର ସବୁଠୁ ବୟସ୍କା ମହିଳା ହୋଇଛନ୍ତି ।

ଗିନିଜ୍ ୱାର୍ଲଡ ରେକର୍ଡ ଅନୁସାରେ ଲିନିୟା ସାଲଭୋ ୭୨ ବର୍ଷ ୨୭ ଦିନରେ ଏହି ଯାତ୍ରା ଆରମ୍ଭ କରିଥିଲେ । ନିଜ ଯାତ୍ରା ଆରମ୍ଭ କରିବାର ୪୩ ଦିନ ପରେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି । ଏବେ ତାଙ୍କ ବୟସ ୭୨ ବର୍ଷ ୭୦ ଦିନ ହୋଇଛି । ଏହି ଉପଲବ୍ଧି ସହ ଇତିହାସରେ ସବୁ ଦିନ ପାଇଁ ନିଜ ସ୍ଥାନିତ କରିଛନ୍ତି। ଲିନିୟା ନିଜର ଏବି ବିଶ୍ୱ ରେକର୍ଡକୁ ନିଜର ଦିବଙ୍ଗତ ଭାଇଙ୍କୁ ସମର୍ପିଛନ୍ତି। ଏକ ବିମାନ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କୁ ୨୮ ବର୍ଷ ହୋଇଥିଲା।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଲିନିୟା ଏପରି ରେକର୍ଡ କରିଛନ୍ତି । ୨୦୧୬ ମସିହାରେ ମଧ୍ୟ ସେ ଏହିପରି ଏକ ରେକର୍ଡ କରିଥିଲେ । ସେହି ସମୟରେ ତାଙ୍କ ବୟସ ୬୭ ବର୍ଷ ଥିଲା। ସେତେବେଳେ ସେ କାର୍ଲିଫନିଆରୁ ବେଥାନୀ ବିଚ୍, ଡେଲ ପର୍ଯ୍ୟନ୍ତ ସାଇକେଲରେ ଆମେରିକାକୁ ପାର କରିବା ରେକର୍ଡ କରିଥିଲେ । ଏହାସହ ଏହି ସଫଳତା ହାସଲ କରିବାରେ ସେ ସବୁଠୁ ବୟସ୍କା ହୋଇଥିଲେ।

Related Articles

Back to top button