ମହାରାଣୀଙ୍କ ମୃତ୍ୟୁ ପରେ ପତାକା, ଷ୍ଟାମ୍ପ ଏବଂ ବ୍ୟାଙ୍କ୍ ନୋଟ୍ ବଦଳିବ ବ୍ରିଟେନରେ

ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ (୯୬)ଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ବ୍ରିଟେନ ଇତିହାସରେ ସର୍ବ ପୁରାତନ ଏବଂ ଦୀର୍ଘତମ ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପ୍ରିନ୍ସ ଚାର୍ଲ୍ସ(୭୩) ବ୍ରିଟେନର ନୂଆ ରାଜା ହେବେ। ଏହା ସହିତ ବର୍ତ୍ତମାନ ବ୍ରିଟେନରେ ନଗଦ ଟଙ୍କା, ପତାକା, ଷ୍ଟାମ୍ପ ଏବଂ ବ୍ୟାଙ୍କ୍ ନୋଟ୍ ମଧ୍ୟ ପରିବର୍ତ୍ତନ ହେବ। ଏହି ସବୁ ଜିନିଷରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତି ଆଗାମୀ ଦିନରେ ଆରମ୍ଭ ହେବାର ସମ୍ଭାବନା ରହିଛି। ସାଧାରଣତଃ ଅନ୍ୟାନ୍ୟ ଦେଶରେ ସରକାର ଏସବୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଅନ୍ତି । ଯେମିତି ଭାରତରେ ମୋଦୀ ସରକାର 500 ଟଙ୍କା ଏବଂ 1000 ଟଙ୍କା ନୋଟ୍ ପ୍ରଚଳନ ଉପେର ରୋକ୍ ଲଗାଇଥିଲେ। ହେଲେ ବ୍ରିଟେନରେ ରାଜକୀୟ ପରମ୍ପରା ରହିଛି । ତେଣୁ ଏହି ଗାଦିରେ ଯିଏ ବସିଥିବେ ତାଙ୍କର ଦେହାନ୍ତ ପରେ ଗୋଟିଏ ବଡ଼ ପରିବର୍ତ୍ତନ ହୁଏ। ଯେଉଁଥିରେ ନୋଟ୍, ଜାତୀୟ ସଙ୍ଗୀତ ପାଖରୁ ଆରମ୍ଭ କରି ଅନେକ କିଛି ରହିଛି।

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବ୍ରିଟେନର ପୋଲିସ୍ ଷ୍ଟେସନ ବାହାରେ ଏବଂ ନୌବାହିନୀ ଜାହାଜରେ ପତାକା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବ୍ରିଟେନରେ ଏହିପରି ହଜାର ହଜାର ପତାକା ଲଗାଯାଇଛି। ଏହି ପତାକା ରାଣୀ ଏଲିଜାବେଥ୍ ଦ୍ୱିତୀୟର ସାମ୍ରାଜ୍ୟକୁ ପ୍ରତିଫଳିତ କରେ। ରାଜ ଗୃହରେ ପତାକା ମଧ୍ୟ ପରିବର୍ତ୍ତନ ହୋଇପାରେ। ବର୍ତ୍ତମାନ ୱେଲ୍ସ ମଧ୍ୟ ନୂଆ ପତାକାରେ ସ୍ଥାନ ପାଇପାରିବେ କାରଣ ବର୍ତ୍ତମାନ ସ୍କଟଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଏହି ପତାକାରେ ପ୍ରତିନିଧିତ୍ୱ କରୁଛନ୍ତି।

ଏହା ବ୍ୟତୀତ ବ୍ରିଟେନର ଜାତୀୟ ସଂଗୀତରେ ମଧ୍ୟ ପରିବର୍ତ୍ତନ ଆସିବ। ବର୍ତ୍ତମାନ ଜାତୀୟ ସଂଗୀତରେ ଉଲ୍ଲେଖ ରହିଛି ‘ଭଗବାନ ଆମର ଦୟାଳୁ ରାଣୀଙ୍କୁ ରକ୍ଷା କରନ୍ତୁ’। ଏହାକୁ ବର୍ତ୍ତମାନ ‘ଭଗବାନ ବଞ୍ଚାନ୍ତୁ ଆମର ନୂଆ ଦୟାଳୁ ରାଜା’ ହେବାକୁ ଯାଉଛି। ତେବେ, ଏହି ନୂଆ ଶବ୍ଦ ସହିତ, ଲୋକମାନେ ଜାତୀୟ ସଂଗୀତ ଗାଇବା ପାଇଁ କିଛି ସମୟ ନେଇପାରନ୍ତି। ଏହା ପୂର୍ବରୁ ଜାତୀୟ ସଂଗୀତରେ ବାକ୍ୟ ଥିଲା ‘ଭଗବାନ ମହାନ ରାଜାଙ୍କୁ ଆମ ରାଜା ରକ୍ଷା କରନ୍ତୁ, ଦୀର୍ଘ ଦିନ ବଞ୍ଚନ୍ତୁ ଆମର ସମ୍ଭ୍ରାନ୍ତ ରାଜା, ଭଗବାନ ରାଜାଙ୍କୁ ରକ୍ଷା କରନ୍ତୁ।’

Related Articles

Back to top button