ପୁଷ୍ପା ଦି ରାଇଜ ପାଇଁ ଅଲ୍ଲୁ ଅର୍ଜୁନ ନେବେ ୧୨୫ କୋଟି

ମୁମ୍ବାଇ: ପୁଷ୍ପା ଫିଲ୍ମର ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ଏହାର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ଦି ରାଇଜ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଦେଖି ମେକର୍ସ ଏହି ଫିଲ୍ମ ପାଇଁ ତାଙ୍କୁ ୧୨୫ କୋଟି ଟଙ୍କା ଦେବା ପାଇଁ ରାଜି ହୋଇ ଯାଇଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହାର ବାସ୍ତବିକତା ନେଇ ଆମେ କୌଣସି ଦାବୀ କରୁ ନାହୁଁ । ଫିଲ୍ମର ୪୫୦ କୋଟି ରଖାଯାଇଛି । ପ୍ୟାନ ଇଣ୍ଡିଆ ସ୍ତରରେ ଏହାକୁ ପୁନର୍ବାର ଭବ୍ୟ ଆକାରରେ ରିଲିଜ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦ୍ୱିତୀୟ ଭାଗ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ଥିବାରୁ ମେକର୍ସ ମଧ୍ୟ ସେମାନଙ୍କ ମନ ରଖିବା ପାଇଁ ଫିଲ୍ମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, କିସି କେ ଭାଇ କିସି କେ ଜାନ ଫିଲ୍ମ ପାଇଁ ସଲମାନ ଖାଁ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିବା ପ୍ରକାଶ ପାଇଛି। ଅନ୍ୟ ଅର୍ଥରେ ଅଲ୍ଲୁ ଅର୍ଜୁନ ପ୍ରଥମ ହୀରୋ ଭାବେ ପ୍ୟାନ ଇଣ୍ଡିଆ ସ୍ତରରେ ପାରିଶ୍ରମିକ ବାବଦକୁ ସଲମାନଙ୍କୁ ଚ୍ୟାଲେଂଜ କରିଛନ୍ତି। ପୁଷ୍ପା ଦି ରାଇଜରେ ରଶ୍ମିକା ମାନ୍ଦନାଙ୍କୁ ଅଲ୍ଲୁ ଅର୍ଜୁନଙ୍କ ଅପୋଜିଟରେ ରଖାଯାଇଛି । ଆସନ୍ତା ବର୍ଷ ଫିଲ୍ମ ରିଲିଜ ହେବ ବୋଲି ମେକର୍ସ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

Related Articles

Back to top button