ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମସକାଟରେ ଜରୁରି ଅବତରଣ କଲା

ଏଆର ଇଣ୍ଡିଆ ଏକ୍ସପ୍ରେସ VT-AXXବିମାନ IX-355 କେରଳର କଲିକଟ ବିମାନବନ୍ଦରରୁ ଦୁବାଇ ଅଭମୁଖେ ଯାଉଥିଲା। ହେଲେ ବିମାନରେ ପୋଡ଼ା ଗନ୍ଧ ହେବାରୁ ରବିବାର ଏହାକୁ ଓମାନର ମସକାଟ ବିମାନବନ୍ଦରରେ ଅବତରଣ କରାଯାଇଛି। ବିମାନର ଭେଣ୍ଟିଲେସନ ପାଇଁ ଥିବା ଏକ ଭେଣ୍ଟରୁ ଧୁଆଁ ବାହାରିବା ପରେ ଏହାକୁ ଜରୁରିକାଳୀନ ଭାବରେ ମସକାଟରେ ଅବତରଣ କରାଯାଇଥିଲା ବୋଲି ଡିଜିସିଏ ସୂଚନା ଦେଇଛି।

ଗତ ରାତିରେ ବିମାନଟି କଲିକଟରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ ଦୁବାଇ ପହଞ୍ଚିବାର କିଛି ଘଣ୍ଟା ବାକିଥିବା ବେଳେ ବିମାନର ପୋଡ଼ା ଗନ୍ଧ ବାହାରିଥିଲା। ଏହାପରେ ବିମାନ କର୍ମଚାରୀ ପୋଡ଼ା ଗନ୍ଧକୁ ତଦାରଖ କରିଥିଲେ। ତେବେ କୌଣସି ସମସ୍ୟା ମିଳିନଥିଲା। ତେବେ ସତର୍କତା ଦୃଷ୍ଟିରୁ ବିମାନକୁ ମସକାଟରେ ଅବତରଣ କରାଯାଇଛି ବୋଲି ଡିଜିସିଏ ସୂଚନା ଦେଇଛି।

ତେବେ ଆଜି ଏପରି ବିମାନର ହଠାତ୍ ଅବତରଣ ଘଟଣା ଦୁଇଥର ହୋଇଛି। ଏହା ପୂର୍ବରୁ ଆଜି ଏକ ଇଣ୍ଡିଗୋ ଫ୍ଲାଇଟ୍‌କୁ କରାଚୀରେ ଅବତରଣ କରାଯାଇଥିଲା। ଏଥିରେ ଟେକ୍ନିକାଲ ସମସ୍ୟା ଥିବାରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ବିମାନଟି ୟୁଏଇର ଶାରଜାହ ବିମାନବନ୍ଦରରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିଲା।

Related Articles

Back to top button