
ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରହମାନ ନାମରେ ନାମିତ ହେବ କାନାଡାର ସଡକ
ବଲିଉଡ୍ର ପ୍ରସିଦ୍ଧ ସଂଗୀତଜ୍ଞ ସଂଗୀତଜ୍ଞ ଏଆର୍ ରେହମାନ। ସେ ତାଙ୍କ ସଂଗୀତ ପାଇଁ ଖୁବ୍ ଥାଆନ୍ତି ଚର୍ଚ୍ଚାରେ। କିନ୍ତୁ ସେ ସବୁବେଳେ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେଲେ ନିକଟରେ ତାଙ୍କୁ ନେଇ ଏକ ଖବର ଆସିଛି । ଯାହା ଚାରିଆଡେ ଏବେ ଭାଇରାଲ୍ ହେବାରେ ଲାଗିଛି।
ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନଙ୍କୁ ସମ୍ମାନିତ କରିବା ପାଇଁ କାନାଡାର ଏକ ରାସ୍ତାର ନାମ ତାଙ୍କ ନାଁରେ କରିବାକୁ ନିଷ୍ପତ୍ତି ନିଆଯାଇଛି। କହିବାକୁ ଗଲେ ଏହାପୂର୍ବରୁ ୨୦୧୩ରେ କାନାଡାର ମରଖମ୍ ସହରର ଏକ ରାସ୍ତାର ନାମ ଏଆର୍ ରହମାନ ନାମରେ ନାମିତ କରାଯାଇଛି। ବର୍ତ୍ତମାନ ଏହା ଦ୍ବିତୀୟ ଥର ପାଇଁ ହେବାକୁ ଯାଉଛି ।