ଗୋଟିଏ ସନ୍ତାନକୁ ଦୁଇ ଥର ଜନ୍ମ ଦେବେ ମହିଳା

ଗୋଟିଏ ପିଲାକୁ ଜନ୍ମ ଦେବା ସମୟରେ ମା’ଙ୍କୁ ବିଭିନ୍ନ ପ୍ରକାର କଷ୍ଟ ସହିବାକୁ ପଡ଼ିଥାଏ । ସମୟ ସମୟରେ ମା’ଙ୍କ ଜୀବନପ୍ରତି ବି ବିପଦ ସୃଷ୍ଟି ମଧ୍ୟ ହୁଏ । ତେବେ ଆମେରିକାର ଜଣେ ମହିଳା ନିଜ ପିଲାକୁ ଦୁଇଥର ଜନ୍ମ ଦେବାକୁ ଯାଉଛନ୍ତି । ସେ ହେଲେ ଜ୍ୟାକଲିନ୍‌ ସ୍କୁମର । ଜ୍ୟାକଲିନ୍‌ଙ୍କର ଗର୍ଭସ୍ଥ ଶିଶୁକୁ ସ୍ପିନା ୱାଇକିଡା ନାମକ ଏକ ରୋଗ ଥିଲା । ଏହି ରୋଗ ଫଳରେ ଶିଶୁର ମେରୁଦଣ୍ଡ ହାଡ଼ ଠିକ୍‌ ଭାବେ ବିକଶିତ ହୋଇ ନାହିଁ। ଡାକ୍ତରମାନେ ପରୀକ୍ଷା କରିବା ସମୟରେ ଜ୍ୟାକଲିନ୍‌ଙ୍କ ଗର୍ଭସ୍ଥ ପିଲାଠାରେ ଥିବା ଏହି ରୋଗ ସଂପର୍କରେ ଜାଣିପାରିଲେ ।

ପରେ ୨୩ତମ ସପ୍ତାହରେ ଶିଶୁକୁ ମା’ ପେଟରୁ ବାହାର କରାଗଲା । ତା’ର ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଗଲା । ତା’ ପରେ ତାକୁ ପୁଣି ଥରେ ମା’ ଗର୍ଭରେ ଛାଡ଼ି ଦିଆଗଲା । ୧୪ ସପ୍ତାହ ପରେ ଯାଇ ଜ୍ୟାକଲିନ୍‌ ଦ୍ୱିତୀୟ ଥର ଲାଗି ନିଜ ପିଲାକୁ ଜନ୍ମ ଦେବେ । ବର୍ତ୍ତମାନ ତାଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ରାମ କରିବାକୁ କୁହାଯାଇଛି । ସେ ନିୟମିତ ଭାବେ ଡାକ୍ତରଙ୍କ ସହ ସଂପର୍କରେ ଅଛନ୍ତି ।

Related Articles

Back to top button