ଇସ୍ରାଏଲର ଏକ ମ୍ୟୁଜିକାଲ କନସର୍ଟରେ ଆକ୍ରମଣ, ୨୬୦ ଜଣଙ୍କର ମୃତ୍ୟୁ

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ, ଯେଉଁଥିରେ ଇସ୍ରାଏଲର ଏକ ମ୍ୟୁଜିକାଲ କନସର୍ଟ ଆଡ଼କୁ ମିସାଇଲ ଉଡି ଆସୁଥିବା ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ସମାରୋହ ଘଟଣାସ୍ଥଳରେ ଆକ୍ରମଣ କରିବା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା, ଅତି କମରେ ୨୬୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକଙ୍କୁ ଅପହରଣ କରାଯାଇଛି ।

ଗାଜା ନିକଟ କିବୁତ୍ଜ ରିମ୍ ନିକଟରେ ହଜାର ହଜାର ଲୋକ ଏହି ପାର୍ଟୀରେ ଯୋଗ ଦେଇଥିଲେ, ଠିକ୍ ସେତିକିବେଳେ ପାଲେଷ୍ଟାଇନର ବନ୍ଧୁକଧାରୀମାନେ ଘଟଣାସ୍ଥଳରେ ଆକ୍ରମଣ କରିଥିଲେ ଓ ପଳାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ସହରରେ ଅନୁପ୍ରବେଶ କରି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ, ଯାହା ଦ୍ୱାରା ଇସ୍ରାଏଲ୍ ଏବଂ ଗାଜାରେ ୧୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏକ ଟେଲିଭିଜନ ସମ୍ବୋଧନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତନ୍ୟାହୁ ଏହି ଆକ୍ରମଣକୁ ‘ମାରାତ୍ମକ’ ବୋଲି କହିଛନ୍ତି ।

କନସର୍ଟରୁ ଅନେକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଗୋଟିଏ ରେ ଦେଖିବାକୁ ମିଳିଥିଲା କି ଆତଙ୍କବାଦୀମାନେ ନୋଆ ଅରଗମାନି ନାମକ ଜଣେ ଯୁବତୀଙ୍କୁ ଅପହରଣ କରି ନିଜ ମୋଟରସାଇକେଲ ପଛରେ ନେଇଗଲେ । ଯୁବତୀ ଜଣକ ସାହାଯ୍ୟ ପାଇଁ ଚିକ୍ରାର କରୁଥିବା ଦେଖିବାକୁ ମିଳିଥିଲା । ମୋଟରସାଇକେଲ ପଛପଟେ ନେଗାଡି ଚଳାଉଥିବା ବେଳେ ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ।

Related Articles

Back to top button