ଆମେରିକାର ବାଚସ୍ପତି ତାଇଓ୍ୱାନ ଆସିବା ପୂର୍ବରୁ ଜିନ୍ ପିଙ୍ଗ ଏବଂ ବାଇଡେନ କଥା ହେଲେ

ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଜିନପିଙ୍ଗ ଗୁରୁବାର ପଞ୍ଚମ ଥର ପାଇଁ ବାଇଡେନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ଅର୍ଥନୀତିକ ଏବଂ ରାଜନୀତିକ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ରହିଛି ।

ଏହି ଆଲୋଚନା ସେହି ସମୟରେ ହୋଇଛି ଯେତେବେଳେ ବାଇଡେନ ନୂଆ ବିଶ୍ୱ ଶକ୍ତି ସହିତ କାମ କରିବାର ଉପାୟ ଅନୁସନ୍ଧାନ କରିବା ସହିତ ଚୀନ୍‌ର ବିଶ୍ୱର ପ୍ରଭାବକୁ ପ୍ରତିହତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣର କିଛି ଦିନପରେ ବାଇଡେନ ଏବଂ ଜିନପିଙ୍ଗ ଗତ ମାର୍ଚ୍ଚରେ କଥା ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଆମେରିକା କଂଗ୍ରେସ (ସଂସଦ)ର ନିମ୍ନ ସଦନର ଲୋକସଭା ବାଚସ୍ପତି ନାନେସି ପାଲୋସିଙ୍କ ସମ୍ଭାବ୍ୟ ତାଇଓ୍ୱାନ ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ତାଇୱାନ ହେଉଛି ଏକ ସ୍ୱୟଂ ଶାସିତ ଦ୍ୱୀପ। ଯାହାକୁ ଚୀନ୍ ଏହାର ଅଂଶ ଭାବରେ ବିବେଚନା କରେ। ଯଦି ନାନସି ତାଇଓ୍ୱାନ ଆସିବେ ତାହେଲେ ଏହି ଗସ୍ତକୁ ସମ୍ପର୍କ ଖରାପ ହେବା ଦିଗରେ ଗ୍ରହଣ କରିବ ବୋଲି ଚୀନ୍ କହିଛି।

ହ୍ୱାଇଟ ହାଉସ ଏପର୍ଯ୍ୟନ୍ତ ନାନସିଙ୍କ ଗସ୍ତ ନେଇ ସବିଶେଷ ତଥ୍ୟ ପ୍ରକାଶ କରିନାହିଁ। ଏହାପୂର୍ବରୁ ବୁଧବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ତାଇୱାନକୁ ପେଲୋସିଙ୍କ ପ୍ରସ୍ତାବିତ ଗସ୍ତ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକା ନିଜ ପଥ ଅନୁସରଣ କରିବାକୁ ଜିଦ୍ ଧରିଥାଏ ଏବଂ ଚୀନ୍‌ର ମୂଳ ପ୍ରସଙ୍ଗକୁ ଚ୍ୟାଲେଞ୍ଜ କରେ ତେବେ ନିଶ୍ଚିତ ଭାବେ ଏହାର ଦୃଢ ଜବାବ ମିଳିବ। ଏଥିପାଇଁ ଆମେରିକା ଦାୟୀ ରହିବ।

ଯଦି ନାନସି ତାଇୱାନ ଗସ୍ତରେ ଆସିବେ ତେବେ ୧୯୯୭ ପରଠାରୁ ଦ୍ୱୀପପୁଞ୍ଜରେ ଆମେରିକାର ଜଣେ ବରିଷ୍ଠ ନିର୍ବାଚିତ ପ୍ରତିନିଧିଙ୍କ ଏହା ପ୍ରଥମ ଗସ୍ତ ହେବ। ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ ଗଣମାଧ୍ୟମକୁ କହିଥିଲେ ଯେ ଆମେରିକାର ସାମରିକ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ସଂସଦର ନିମ୍ନ ଗୃହର ବାଚସ୍ପତି ବର୍ତ୍ତମାନ ତାଇୱାନ ଯାତ୍ରା କରିବା ଭଲ ନୁହେଁ।

 

Related Articles

Back to top button