ୱେବସିରିଜ ସମାରିଟାନରେ ସିଲ୍ଭେସ୍ଟର ଷ୍ଟେଲନ ଅମିତାଭ ବଚ୍ଚନଙ୍କ ଭଳି ଦେଖାଯାଉଛନ୍ତି

ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ୱେବସିରିଜ ସମାରିଟାନରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦେଖିଛନ୍ତି ଫ୍ୟାନ୍ । ବୁଧବାର ସମାରିଟାନର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜର ପ୍ରଥମ ଦିନରେ ଲକ୍ଷାଧିକ ଫ୍ୟାନ୍ ଏହାକୁ ଦେଖିଛନ୍ତି ।

ଟ୍ରେଲର ରିଭିୟୁରେ କିଛି ସମାରିଟାନ ଫ୍ୟାନ୍ ସିରିଜର ମୁଖ୍ୟ ନାୟକ ସିଲ୍ଭେସ୍ଟର ଷ୍ଟେଲନ ଅମିତାଭ ବଚ୍ଚନଙ୍କ ଭଳି ଦେଖାଯାଉଥିବା କହିଛନ୍ତି । ପ୍ରଥମ ଝଲକରେ ସିଲ୍ଭେସ୍ଟର ଷ୍ଟେଲେନ ବର୍ଷାରେ ଏକା ଚାଲି ଚାଲି ଯାଉଛନ୍ତି । ସେଠାରେ ସେ ଅବିକଳ ଅମିତାଭଙ୍କ ଭଳି ଦେଖାଯାଉଥିବା ଫ୍ୟନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ।

Related Articles

Back to top button