ନାକରେ ବେଲୁନ ଫୁଙ୍କି କଲେ ରେକର୍ଡ

ସବୁ ମଣିଷ ପାଖରେ ଇଶ୍ୱରପ୍ରଦତ୍ତ କିଛି ସ୍ବତନ୍ତ୍ର ପ୍ରତିଭା ଥାଏ। ସେଇ ପ୍ରତିଭାକୁ ଚିହ୍ନିପାରି ତାକୁ ଠିକ୍‌ ଭାବେ ସଦୁପଯୋଗ କରିପାରିଲେ ସଫଳତା ନିଶ୍ଚୟ ମିଳେ। ତେବେ କେତେକଙ୍କ ପାଖରେ କିଛି ଅଜବ ପ୍ରତିଭା ବି ଥାଏ। ଯେମିତିକି ଇଦାହେରେ ରହୁଥିବା ଡେଭିଡ ରସ୍‌ଙ୍କର ଅଛି ବେଲୁନ ଫୁଲାଇବାର ଏକ ଖାସ୍‌ ପ୍ରତିଭା।

ସେ ଅନ୍ୟମାନଙ୍କ ପରି ପାଟିରେ ଫୁଙ୍କି ବେଲୁନ ଫୁଲାଇ ନ ଥାନ୍ତି। ବରଂ ନିଜ ନାକରେ ଫୁଙ୍କି ବେଲୁନ ଫୁଲାନ୍ତି। ଏଇ ପ୍ରତିଭା ଲାଗି ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ସେ ନାକ ପବନରେ ୧ ମିନିଟ୍‌ରେ ୧୦ଟି ବେଲୁନ୍‌ ଫୁଲାଇ ତାକୁ ସମୟସୀମା ଭିତରେ ବାନ୍ଧି ଏହି ରେକର୍ଡ କରିଥିଲେ।

Related Articles

Back to top button