ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି । ତେବେ ସେକ୍ସ ସ୍କ୍ୟାଣ୍ଡଲ ମାମଲାରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଯାଇଥିବା କୁହାଯାଉଛି । ସରକାରରୁ ପ୍ରାୟ ୪୦ ମନ୍ତ୍ରୀ ଇସ୍ତଫା ଦେବା ପରେ ଜନସନ ଇସ୍ତଫା ଦେଇଛନ୍ତି ।

ଜନସନଙ୍କ କ୍ୟାବିନେଟର ୩୯ ମନ୍ତ୍ରୀ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଜନସନଙ୍କ ଉପରେ ଗାଦି ଛାଡିବାକୁ ନେଇ ଚାପ ବଢିଯାଇଥିଲା । ଗତ ଏକ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେତେବେଳେ ବୋରିଶ ଜନସନଙ୍କ ପଦ ଉପରେ ବିପଦ ଆସିଛି । ଏଥର ସେମିତି କିଛି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଯେଉଁମାନେ ଜନସନଙ୍କ କଟ୍ଟର ସମର୍ଥକ ଥିଲେ । ଗତଥର ଋଷି ସୁନକ ଓ ସାଜିଦ ଜାଭେଦ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ହେଲେ ସେମାନେ ବି ଜନସନଙ୍କ ହାତ ଛାଡି ଦେଇଛନ୍ତି ।

Related Articles

Back to top button