ବ୍ରାଜିଲରେ ପ୍ରଳୟଙ୍କରୀ ବନ୍ୟା: ୫୬ ମୃତ

ବ୍ରାଜାଲରେ ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କରାଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । କାଦୁଅ ଓ ପାଣି କାରଣରୁ ବର୍ତ୍ତମାନ ସୁଦ୍ଧା ୫୬ଜଣଙ୍କ ମୃତ୍ୟୁ ହୋଇଛି। ୫୬ଜଣ ଏହି ବନ୍ୟାରେ ପ୍ରାଣ ହରାଇ ଥିବା ବେଳେ ଏକ ହଜାରରୁ ଅଧିକ ଲୋକ ନିଜର ବାସଗୃହ ହରାଇଛନ୍ତି ।

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଏବଂ ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବା କାମ ଜାରି ରହିଛି ।  ବନ୍ୟାରେ ଭାସିଆସିଥିବା କୁଢ କୁଢ ଅଳିଆ ଆବର୍ଜନା ଭିତରୁ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।ସେପଟେ ବନ୍ୟା ପୀଡିତ ଅଞ୍ଚଳଗୁଡିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟପାଳ ଅଡୁଆର୍ଡୋ ଲିଟ୍ । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷ୍ୟରେ  ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହାଠୁ ଆହୁରି ଭୟଙ୍କର ପରିସ୍ଥିତି ହେବାକୁ ଅଛି ବୋଲି  ପୂର୍ବାନୁମାନ କରାଯାଇଛି । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସବୁଠୁ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ସେମାନଙ୍କ ସ୍ଥାନ ଖାଲି କରିବାକୁ ସରକାର କହିଛନ୍ତି । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପାନୀୟ ଜଳ ସମସ୍ୟା  । ଯାହାକୁ ନେଇ ଲୋକେ ଅଧିକ ମାତ୍ରାରେ ଆତଙ୍କିତ ହୋଇପଡିଛନ୍ତି ।

Related Articles

Back to top button