ଓଡ଼ିଶାରେ ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର

ବିଜେପି ଆଜି ଓଡିଶାରେ ତାର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏହି ଇସ୍ତାହାରରେ ବିଜେପି ୨୧ଟି ସଂକଳ୍ପ ରଖିଛି । ତେବେ ଏଥିରେ ବିଜେପି କହିଛି ଯେ ଯଦି ବିଜେପି ସରକାରକୁ ଆସେ ତେବେ ୧୦୦ ଦିନରେ ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ୟ୍ୟକାରୀ କରାଯିବ । ଆଉ ୮ ଲକ୍ଷରୁ କମ ରୋଜଗାର କରୁଥିବା ନାଗରିକଙ୍କୁ ଏହି ସୁବିଧା ମିଳିବ ବୋଲି ପ୍ରତିଶୃତି ଦେଇଛି ।

ଦେଶରେ ଆୟୁଷ୍ମାନ ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ସ୍ୱାସ୍ଥ୍ୟବୀମା । ଏଥିରେ ପ୍ରତି ପରିବାରକୁ ବର୍ଷକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । ହେଲେ ଏହା ଓଡିଶାରେ ଲାଗୁ ହୋଇନାହିଁ । ଓଡିଶାରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରହିଛି ।

ନିର୍ବାଚନକୁ ଆଉ ଅଳ୍ପ କେଉଟା ଦିନ ରହିଥିଲା ବେଳେ ଆରମ୍ଭ ହେଲାଣି ରାଜନୀତି ତାତି । ବିଜେପିର କେନ୍ଦ୍ର ନେତୃତ୍ୱ ଓଡିଶା ମୁହାଁ ହୋଇଥିବା ବେଳେ ଆଡଜି ଜେପି ନଡ୍ଡା ଓଡିଶା ଆସି ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି ।

Related Articles

Back to top button