ନାନ୍ସି ପେଲୋସିିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ: ତାଇଓ୍ବାନ ଯାତ୍ରା ପରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିିଙ୍କ ଉପରେ ଚାଇନା ପ୍ରତିବନ୍ଧକ ଲଗାଇଛି। ଶୁକ୍ରବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ନାନ୍ସି ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏଥିସହ ନାନ୍ସିଙ୍କ ଗସ୍ତକୁ ଦୃଢ଼ ବିରୋଧ କରିବା ସହ ଆଇନଗତ ଅବମାନନା କରିଥିବା ଚାଇନା ଅଭିଯୋଗ କରିଛି। ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହା ଚାଇନା-ତାଇଓ୍ବାନର ଆଭ୍ୟନ୍ତରୀଣ ମାମଲାରେ ଗୁରୁତର ଭାବେ ଆମେରିକା ହସ୍ତକ୍ଷେପ କରୁଛି। ଏହା ଚାଇନାର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରୁଛି। ଏପରିକି ଚାଇନାର ସିଦ୍ଧାନ୍ତକୁ ଆଘାତ କରିବା ସହ ତାଇଓ୍ବାନରେ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଚାଇନା ଭଅିଯୋଗ କରିଛି। ଚାଇନାର ଧମକକୁ ଖାତିର ନ କରି ପେଲୋସି ଗତ ଶନିବାର ତାଇୱାନ ଗସ୍ତ କରିଥିଲେ। ଏହି ଯାତ୍ରା ପରଠାରୁ ଚାଇନା ଉତ୍ତେଜିତ ହୋଇ ବିଭିନ୍ନ ପ୍ରକାର ଧମକ ଦେଉଛି।

Related Articles

Back to top button