୪୨ ଫୁଟ ଲମ୍ବା ନଖ ରଖି ଗିନିଜ୍ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ ଭାଙ୍ଗିଲେ ଆମେରିକାର ଡାଏନା

ଆଶ୍ଚର୍ଯ୍ୟମୟ ଦୁନିଆରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଆପଣ ପ୍ରାୟ ସମୟରେ ଦେଖିବାକୁ ପାଉଥିବେ। ପ୍ରତି ଦିନ ଏମିତି କିଛି ନା କିଛି ବିସ୍ମୟକର ଘଟଣା ଆମ ସାମ୍ନାକୁ ଆସିଥାଏ। ଯେଉଁଥିରେ ଅଜବ ମଣିଷର ଗଜବ ନିଶା ଦେଖିବାକୁ ମିଳେ। ଏହି କ୍ରମରେ ଆମେରିକାର ମହିଳା ଡାଏନା ଆର୍ମଷ୍ଟ୍ରଙ୍ଗ୍ ସବୁଠୁ ବଡ ନଖ ରଖି ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡ ଭାଙ୍ଗିଛନ୍ତି। ସେ ଦୁଇ ହାତରେ ସବୁଠୁ ଲମ୍ବା ନଖ ରଖି ନିଜ ନାଁରେ ଏହି ରେକର୍ଡ କରିଛନ୍ତି।  ଦୀର୍ଘ ୨୪ ବର୍ଷରୁ ଡାଏନା ତାଙ୍କ ନଖ ବଢାଉଛନ୍ତି। କିଛି ଲୋକ ରେକର୍ଡ ବନାଇବା ନିଶାରେ ଏମିତି କରିଥାନ୍ତି। ହେଲେ ଡାଏନାଙ୍କ କାହାଣୀ କିଛି ଅଲଗା ରହିଛି। ଏ ଲମ୍ବା ନଖ ତାଙ୍କ ଦୁଃଖ ଓ ବେଦନାର କରୁଣ କାହାଣୀର ସମାହାର।

ଡାଏନାଙ୍କ ଏହି ଲମ୍ବା ନଖର ରହସ୍ୟ ହେଉଛନ୍ତି ତାଙ୍କ ବଡ ଝିଅ। ସବୁବେଳେ ବଡ ଝିଅ ହିଁ ମା ଡାଏନାଙ୍କ ନଖ ସଜାଇ ଦିଅନ୍ତି। ହେଲେ ୧୯୯୭ରେ ୧୫ ବର୍ଷ ବୟସରେ ଆସ୍ଥାମା ଆଟାକ୍‌ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସାନ ଝିଅଠୁ ଖବର ପାଇ ସେ ବଡ ଝିଅ ପାଖେ ପହଞ୍ଚିଥିଲେ। ଡାଏନା ନିଜ ଝିଅର ମୃତ୍ୟୁକୁ ସହଜେ ଗ୍ରହଣ କରିପାରିନଥିଲେ। ପ୍ରାଣ ହରାଇବାର ପୂର୍ବ ରାତିରେ ବି ବଡଝିଅ ଡାଏନାଙ୍କ ନଖ ସଜାଇଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ଡାଏନା ନଖ କାଟି ପାରିନଥିଲେ। ଅନେକ ସମୟ ବିତି ଯାଇଥିଲେ ବି ଝିଅର ସ୍ମୃତିରେ ସେ ନଖ କାଟିବାକୁ ଚାହିଁଲେ ନାହିଁ।  ତା ପରଠୁ ଆଜି ଯାଏଁ ସେ କେବେ ବି ନଖ କାଟି ନାହାଁନ୍ତି।

ଏବେ ଗିନିଜ୍ ବୁକ୍ ଅଫ୍ ଓ୍ବାଲ୍ଡ ରେକର୍ଡ ପାଇବା ପରେ ଡାଏନା ଜଣାଇଛନ୍ତି  ଯେ ସେ କେଉଁ କାରଣରୁ ନିଜ ନଖ କାଟି ନାହାନ୍ତି। ତାଙ୍କର ଏହି ନିଶା ବିଶ୍ଵ ରେକର୍ଡ ହେବ ବୋଲି ସେ କେବେ ଭାବିନଥିଲେ।  ଏବେ ଗିନିଜ୍ ରେକର୍ଡ ଭାଙ୍ଗି ସେ ବିଶ୍ଵର ସବୁଠୁ ଲମ୍ବା ନଖ ଥିବା ମହିଳା ପାଲଟି ଯାଇଛନ୍ତି।

Related Articles

Back to top button