ତାଇୱାନକୁ ଚୀନର ଚେତାବନୀ ପତ୍ର: ଶାନ୍ତିରେ ମିଶ୍ରଣ ପାଇଁ ରାଜି ହୋଇଯାଅ

ବେଜିଂ: ତାଇୱାନକୁ ପୁଣି ଧମକାଇଲା ଚୀନ। ଦରକାର ପଡ଼ିଲେ ବଳପୂର୍ବକ ତାଇୱାନ କବ୍‌ଜା କରିବୁ ବୋଲି ଚୀନ ଧମକ ଦେଇଛି। ଆଜି(ଅଗଷ୍ଟକ ୧୦) ତାଇୱାନ ବିରୋଧରେ ଶ୍ୱେତପତ୍ର ଜାରି କରି ଏପରି ଚେତାବନୀ ଦେଇଛି ଚୀନ। ୧୯୯୩ ପରେ ତାଇୱାନ୍‌କୁ ନେଇ ଚୀନ ମୋଟ ୩ଟି ଶ୍ୱେତପତ୍ର ଜାରି କରିଥିବା ବେଳେ ସି ଜିନପିଙ୍ଗ ଶାସନରେ ତାଇୱାନକୁ ଏହା ପ୍ରଥମ ଚେତାବନୀ ପତ୍ର।

ଏଥିରେ କୁହାଯାଇଛି ଯେ ସ୍ୱାଧୀନ ଦ୍ୱୀପ ଦେଶ ତାଇୱାନକୁ ନିୟନ୍ତ୍ରଣ କରିବାକୁ ହେଲେ ସନ୍ୟବଳର ପ୍ରୟୋଗ କରିବାକୁ ଚୀନ ପଛଘୁଞ୍ଚା ଦେବନି। ଗତଥର ୨୦୦୦ରେ ଚୀନ ତାଇୱାନ ବିରୋଧରେ ଏଭଳି ଶ୍ୱେତପତ୍ର ଜାରି କରିଥିଲା।  ତେବେ ବୁଧବାର ଚୀନ ଜାରି କରିଥିବା ଶ୍ୱେତପତ୍ରରେ ଶାନ୍ତିର ବାର୍ତ୍ତା ବି ରହିଛି। ଏଥିରେ କୁହାଯାଇଛି “ ଆମେ ଶାନ୍ତିପୂର୍ଣ୍ଣ ଭାବେ ପୁନଃ ମିଶ୍ରଣ ପାଇଁ ପ୍ରସ୍ତୁତ ଅଛୁ। ହେଲେ ବିଚ୍ଛିନ୍ନତାବାଦୀ ଗତିବିଧି ପାଇଁ କୌଣସି ସ୍ଥାନ ଛାଡ଼ିବୁ ନାହିଁ। ”

‘ଦି ତାଇୱାନ କ୍ୱେଶ୍ଚେନ ଆଣ୍ଡ ଚାଇନାଜ୍ ରିୟୁନିଫିକେଶନ ଇନ୍  ଦି ନ୍ୟୁ ଏରା’ ନାମକ ଏହି ଶ୍ୱେତପତ୍ରରେ କୁହାଯାଇଛି “ଚୀନ ଶାନ୍ତିପୂର୍ଣ୍ଣ ପୁନଃ ମିଶ୍ରଣର ଦାବି କରୁଛି। କିନ୍ତୁ ବଳ ପ୍ରୟୋଗରେ ବି ପଛକୁ ହଟିବ ନାହିଁ।” ଏହି ଶ୍ୱେତପତ୍ରକୁ ଷ୍ଟେଟ୍ କାଇନସିଲ (ଚୀନ କ୍ୟାବିନେଟ୍)ର ତାଇୱାନ ସମ୍ପର୍କିତ କାର୍ଯ୍ୟାଳୟ ଓ ଏହାର ସୂଚନା ବିଭାଗ ଦ୍ୱାରା ଜାରି କରାଯାଇଛି।

Related Articles

Back to top button