ଚଢ଼ା ଦରରେ ଛାତ୍ରଙ୍କଠାରୁ ଚୀନ କିଣୁଛି ସ୍ପର୍ମ

ବେଜିଂ: ଚୀନ ସରକାର ଏବେ ଛାତ୍ରଙ୍କଠାରୁ ଚଢ଼ା ଦାମରେ ଶୁକ୍ରାଣୁ କିଣିବାରେ ଲାଗିଛି । ଏହା ମାଧ୍ୟମରେ ସେମାନେ ଭଲ ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଚୀନ କଣ ପାଇଁ ଏହା କରୁଛି ତାହା ସ୍ପଷ୍ଟ ହୋଇନି । ଦ୍ରୁତ ବେଗରେ ଜନସଂଖ୍ୟା ହ୍ରାସ ହେଉଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଏହି ରଣନୀତି ଆପଣାଉଥିବା କୁହାଯାଉଛି । ତେବେ କେତେକ ରିପୋର୍ଟ ଅନୁସାରେ କୃତ୍ରିମ ମାନବ ତିଆରି କରିବା ଲକ୍ଷ୍ୟରେ ଚୀନ ଏହି ଷଡଯନ୍ତ୍ର ରଚୁଥିବା ଆଶଙ୍କା କରାଯାଉଛି । ୟୁନ୍ନାନ ହ୍ୟୁମାନ ସ୍ପର୍ମ ବ୍ୟାଙ୍କ ପ୍ରଥମେ ଏ ନେଇ ଛାତ୍ରଙ୍କୁ ଅନୁରୋଧ କରିଥିଲା । ଶୁକ୍ରାଣୁ ଦାନ କରିବା ପାଇଁ ଅତି କମରେ ୨୦ରୁ ୪୦ ବର୍ଷ ବୟସ ହୋଇଥିବା ଦରକାର ।

ସେହିପରି ଉଚ୍ଚତା ଅତି କମରେ ୧୬୫ ସେଂଟିମିଟର ଓ କୌଣସି ସଂକ୍ରାମକ କିମ୍ବା ବଂଶଗତ ରୋଗ ନ ଥିବା ଜରୁରୀ । ଜଣେ ଥରେ ଶୁକ୍ରାଣୁ ଦାନ କରିବ ତାହାହେଲେ ତାଙ୍କୁ ୬୬୪ ଡଲାର ମିଳିବ । ଜଣେ ବ୍ୟକ୍ତି ୮ରୁ ୧୨ ଥର ଏହାକୁ ଦାନ କରିପାରିବ । ଉତରପଶ୍ଚିମ ଅଂଚଳରେ ଏହି ନୀତିକୁ ବିଶେଷ ଭାବେ ଲାଗୁ କରାଯାଇଛି । ୬୦ ଦଶକ ପରେ ୨୦୨୨ରେ ଚୀନ ଜନସଂଖ୍ୟାରେ ଦ୍ରୁତ ଅବନ୍ନତି ପରଲକ୍ଷିତ ହୋଇଛି ।

Related Articles

Back to top button