ଗିନିଜ୍‌ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଲା ବିଶ୍ୱର ସର୍ବବୃହତ କେକ୍‌ ଡ୍ରେସ୍‌

ଆପଣ ନିଶ୍ଚିତ ଅନେକ ପ୍ରକାରର କେକ୍‌ ଦେଖିଥିବେ ଏହାକୁ ଖାଇଥିବେ ମଧ୍ୟ। ଏବେ ସେମିତି ଏକ କେକ୍‌ର ଫଟୋ ଭାଇରାଲ ହେଉଛି। ଯାହାକୁ ଆପଣ ଖାଇପାରିବେ ନାହିଁ କିନ୍ତୁ ଡ୍ରେସ୍‌ କରି ପିନ୍ଧିପାରିବେ।

ସ୍ବିଜରଲାଣ୍ଡର ପ୍ରସିଦ୍ଧ ବେକର୍‌ ନତାଶା କଲିନ ଏହି ପୋଷାକକୁ କେକ୍‌ରୁ ଡିଜାଇନ କରିଛନ୍ତି। ଏହା ଏତେ ସ୍ବତନ୍ତ୍ର ଯେ, ବିଶ୍ୱର ସର୍ବବୃହତ କେକ୍‌ ଡ୍ରେସ୍‌ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ନତାଶାଙ୍କ କହିବାନୁସାରେ, କେକ୍‌ ଡ୍ରେସ୍‌ର ଓଜନ ୨୮୯ ପାଉଣ୍ଡ ୧୩ ଆଉନସେସ୍‌ ଅର୍ଥାତ୍‌ ପ୍ରାୟ ୧୩୧ କିଲୋଗ୍ରାମ। ନିକଟରେ ସ୍ବିଜରଲାଣ୍ଡରେ ଏକ ବିବାହ ଉତ୍ସବରେ ଏହା ପ୍ରଦର୍ଶିତ ହୋଇଥିଲା।

ଗିନିଜ ଓ୍ବାଲର୍‌ଡ ରେକର୍ଡ ୟୁଟ୍ୟୁବ୍‌ ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ବିବାହରେ ଏକ ମଡେଲ ପିନ୍ଧିଥିବା ବେଳେ କେକ୍‌ କଟାଯାଉଛି। କେକ୍‌ ତଳେ ଆଲୁମିନିୟମ ଫ୍ରେମ୍‌ ଏବଂ ଧାତୁ ବୋଲ୍ଟ ବ୍ୟବହାର କରାଯାଇଛି। ଚିନି ଏବଂ ଗୁଡ଼ ବ୍ୟବହାର କରାଯାଇଛି ଏହା ପ୍ରସ୍ତୁତ ହୋଇଛି। ଏହାକୁ ପିନ୍ଧିଥିବା ମଡେଲ ସୁନ୍ଦର ଦେଖାଯିବା ପାଇଁ ମଧ୍ୟ ବିଶେଷ ଯତ୍ନ ନିଆଯାଇଛି।

Related Articles

Back to top button