ନୋବେଲ ପୁରସ୍କାର ବିଜେତା ସୁ କ୍ୟୁଇଙ୍କୁ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ

ନୋବେଲ ପୁରସ୍କାର ବିଜେତା ତଥା ମ୍ୟାନମାରର ବହିଷ୍କୃତ ନେତା ଆଙ୍ଗ ସୁ କ୍ୟୁଇଙ୍କୁ ସ୍ଥାନୀୟ କୋର୍ଟ ଅତିରିକ୍ତ ୬ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛି । ପୂର୍ବରୁ ତାଙ୍କୁ ୪ ବର୍ଷ ଜେଲ ହୋଇଥିଲା । କୋର୍ଟର ଏହି ଦଣ୍ଡାଦେଶ ସୁ କ୍ୟୁଇଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ସୁଙ୍କ ଯୋଗୁ ଦେଶର ୧୩ ମିଲିୟନ ଡଲାର କ୍ଷତି ହୋଇଛି । ସେ ଲୋକଙ୍କ ଦାନ ଅର୍ଥକୁ ଅପବ୍ୟବହାର କରିଥିଲେ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି । ସୁଚନାଯୋଗ୍ୟ, ମ୍ୟାନମାରରେ ସେନା ଶାସନ ଭାର ହାତମୁଠାକୁ ନେବା ପରଠାରୁ ଚତୁର୍ଥ ଥର ଦଣ୍ଡାଦେଶ ଶୁଣାଇଛି । ସୁ ଲୋକଙ୍କ ଅର୍ଥକୁ ନିଜ ଘର ନିର୍ମାଣରେ ବ୍ୟବହାର କରିଥିଲେ । ସେହିପରି କମ ଦାମରେ ସେ ଜମି ଅଧିଗ୍ରହଣ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷରେ ସୁ କ୍ୟୁଇ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Related Articles

Back to top button