ଗୋଟାବାୟାଙ୍କ ନାଁରେ ଯୁଦ୍ଧ ଅପରାଧ ମାମଲା

ସିଙ୍ଗାପୁର: ଦକ୍ଷିଣ ଆଫ୍ରିକାସ୍ଥିତ ଅଧିକାର ଭିତ୍ତିକ ଗୋଷ୍ଠୀ ସିଙ୍ଗାପୁରର ଆଟର୍ନିଂ ଜେନେରାଲଙ୍କ ନିକଟରେ ଅପରାଧିକ ଅଭିଯୋଗ ଦାଖଲ କରି ଯୁଦ୍ଧ ଅପରାଧ ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଗିରଫ କରିବାକୁ ଅନୁରୋଧ କରିଛନ୍ତି। ଅନ୍ତର୍ଜାତୀୟ ଟ୍ରୁଥ୍‌ ଆଣ୍ଡ୍‌ ଜଷ୍ଟିସ୍‌ ପ୍ରୋଜେକ୍ଟ (ଆଇଟିଜେପି)ର ଓକିଲମାନେ ୬୩ ପୃଷ୍ଠା ସମ୍ବଳିତ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଏଥିରେ ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, ରାଜପାକ୍ସେ ୨୦୦୯ରେ ଗୃହଯୁଦ୍ଧ ସମୟରେ ଜେନେଭା ଚୁକ୍ତିନାମାକୁ ଗୁରୁତର ଉଲ୍ଲଂଘନ କରିଥିଲେ। ସେତେବେଳେ ସେ ପ୍ରତିରକ୍ଷା ସଚିବ ଥିଲେ। ଏହି ଅପରାଧ ସିଙ୍ଗାପୁରରେ ସାର୍ବଭୌମିକ ଅଧିକାର କ୍ଷେତ୍ରରେ ଘରୋଇ ଅଭିଯୋଗ ଅଧୀନରେ ଆସୁଛି।

ଗୋଟାବାୟା ଅନ୍ତର୍ଜାତୀୟ ଅପରାଧିକ ଆଇନ ଉଲ୍ଲଂଘନ କରିଛନ୍ତି। ଆଇନଗତ ଅଭିଯୋଗରେ ଦର୍ଶାଯାଇଛି ଯେ, ହତ୍ୟା, ନିର୍ଯାତନା, ଅମାନୁଷିକ ବ୍ୟବହାର, ବଳାତ୍କାର ତଥା ଅନ୍ୟାନ୍ୟ ଯୌନ ହିଂସା, ସ୍ବାଧୀନତାରୁ ବଞ୍ଚିତ, ଗୁରୁତର ଶାରୀରିକ ତଥା ମାନସିକ କ୍ଷତି ଏବଂ ଅନାହାର ଆଦି ରହିଛି।

Related Articles

Back to top button