ଦାଉଦ ଇବ୍ରାହିମର ଭିଣୋଇ ନିହାଲ ଖାନଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶର ଜଲାଲବାଦରେ ପୁତୁରା ବାହାଘରରେ ସାମିଲ ହେବାକୁ ଆସିଥିବା ଦାଉଦ ଇବ୍ରାହିମର ଭିଣୋଇ ନିହାଲ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିହାଲଙ୍କ ବୟସ ୩୫ବର୍ଷ ହେବ । ବିବାହ ଉତ୍ସବରେ ଯୋଗ ଦେବାକୁ ମୁମ୍ବାଇରୁ ଶାହାଜାହାନପୁର ଆସିଥିଲା ନିହାଲ । ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରର ଭିଣୋଇ ଥିଲା ନିହାଲ । ଗୁରୁବାର ଦିନ ନିହାଲର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ୨୦୧୬ରେ ନିହାଲ ଶକିଲ ଅହମ୍ମଦର ଭଉଣୀକୁ ନେଇ ଫେରାର ହୋଇଯାଇଥିଲା ।

ସୂଚନା ଅନୁସାରେ ତିନି ବର୍ଷ ପୂର୍ବେ ଜଲାଲବାଦ ପୌରପାଳିକାର ଅଧ୍ୟକ୍ଷ ଶକିଲ ଖାନଙ୍କ ଭାଇ ଅକିଲ ଏବଂ ନିହାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ନିହାଲ ଅକିଲଙ୍କ ଝିଅକୁ ଅପହରଣ କରି ନେଇ ମୁମ୍ବାଇରେ ରହୁଥିଲା । ଏହି ବିବାଦ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।

Related Articles

Back to top button