ବନ୍ୟା ଯୋଗୁଁ ଏଯାଏଁ ୧୧୨ ଜଣଙ୍କର ମୃତ୍ଯୁ

ନେପାଳରେ ବନ୍ୟା ଯୋଗୁଁ ଏଯାଏଁ ୧୧୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଶତାଧିକ ହୋଇଛନ୍ତି ଆହତ।ସେହିପରି ବନ୍ୟା ଘେରରୁ ପ୍ରାୟ ୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮୦ ଜଣ ନିଖୋଜ ରହିଛନ୍ତି। ୬୩ଟି ସ୍ଥାନରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ହୋଇଛି ବାଧାପ୍ରାପ୍ତ। ବିଦ୍ଯୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇପଡ଼ିଥିବା ବେଳେ ଘରଦ୍ବାର ମଧ୍ୟ ଭାଙ୍ଗିଯାଇଛି।ବିଶେଷ ଭାବେ ପ୍ରଭାବିତ ହୋଇଛି କାଠମାଣ୍ଡୁ, ଲଲିତପୁର, ଓ ଭକ୍ତପୁର, ପଞ୍ଚଥର, ଢାଙ୍କୁଟା, ଝାପା ଆଦି ଅଞ୍ଚଳ ।ବିପନ୍ନଙ୍କୁ ଉଦ୍ଧାର କରିବା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି ୨୦ ହଜାର ଯବାନ । ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର ।

Related Articles

Back to top button