ଓଡ଼ିଆ ନିର୍ଦ୍ଦେଶକଙ୍କ ପ୍ରାମାଣିକ ଚଳଚ୍ଚିତ୍ର ‘ECRICC : ADRESSING CLIMATE EMERGENCY’କୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଶ୍ରେଷ୍ଠ ଚଳଚ୍ଚିତ୍ର’ ମର୍ଯ୍ୟାଦା

ଓଡିଶା ପାଇଁ ଗୌରବ ଆଣିଦେଇଛି ଏକ ପ୍ରାମାଣିକ ଚଳଚ୍ଚିତ୍ର ‘ECRICC : ADRESSING CLIMATE EMERGENCY’। ଚେନ୍ନାଇରେ ଆୟୋଜିତ Athvikvaruni International Film Festivalରେ ‘ଓମ କମ ମିଡିଆ ପ୍ରା.ଲି.’ ଦ୍ୱାରା ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘BEST FILM AWARD’ ପାଇଁ ମନୋନୀତ ହୋଇଛି । ଏହା ଦର୍ଶକଙ୍କୁ ପସନ୍ଦ ଆସିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛି ଯାହାକି  ଓଡିଶା ପାଇଁ ନିଶ୍ଚିତ ରୂପେ ଏକ ଗର୍ବର ବିଷୟ।

ଜଳଵାୟୁ ପରିବର୍ତ୍ତନ ବିଷୟବସ୍ତୁକୁ ନେଇ ନିର୍ମିତ ହୋଇଥିବା ଏହି ପ୍ରାମାଣିକ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଯଯାତି କରଣ ଓ ମାନସ ପରିଡା। ପୂର୍ବରୁ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଥିଲେ ଯୁବ ନିର୍ଦ୍ଦେଶକ ମାନସ ପରିଡା। ସେ ଅନେକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ମଧ୍ୟ ଏହି ଚଳଚ୍ଚିତ୍ର ତାଙ୍କୁ ଆଉ ଗୋଟେ ନୂଆ ପରିଚୟ ପ୍ରଦାନ କରିବ ବୋଲି କୁହନ୍ତି ନିର୍ଦ୍ଦେଶକ ମାନସ ପରିଡା ।

‘ଓମ କମ ମିଡିଆ ପ୍ରା. ଲି.’ ଦ୍ୱାରା ପ୍ରସ୍ତୁତ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମର ଡ଼ିଓପିରେ (ଫଟୋଗ୍ରାଫି) ନୀଳକଣ୍ଠ ଆଚାର୍ଯ୍ୟ, ସ୍କ୍ରିପ୍ଟ ରେ ଟ୍ରେସି ସୀଲଚି, ଗ୍ରାଫିକ୍ସ ରେ ଶୁଭଞ୍ଜୟ ଦାସ ଓ ସମ୍ପାଦନା ଦାଇତ୍ୱରେ ଥିଲେ ସରୋଜ ରାଉଳ। କେନ୍ଦ୍ରାପଡ଼ାର ସାତଭାୟା ଓ ଭିତରକନିକା ଅଂଚଳରେ ପୁରା ସୁଟିଂ କରାଯାଇଥିଲା।

Related Articles

Back to top button