୨୪ ଘଣ୍ଟାରେ ତାଇୱାନରେ ଦ୍ଵିତୀୟ ଭୂକମ୍ପ, ରିକ୍ଟର ସ୍କେଲ୍‌ର ତୀବ୍ରତା ୭.୨

ନୂଆଦିଲ୍ଳୀ ୧୮।୦୯: ତାଇୱାନରେ ଶନିବାର ପରେ ରବିବାର ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ଦିନ ୭.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି ଯାହା ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ଏହାପୂର୍ବରୁ ଶନିବାର ଦିନ ତାଇୱାନରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା।

ଶନିବାର ରାତିରେ ତାଇୱାନର ପୂର୍ବ ଉପକୂଳରେ ୬.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଏହି ଭୂକମ୍ପ ଯୋଗୁଁ ଧନଜୀବନ ହାନୀର କୌଣସି ସୂଚନା ନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଉତ୍ତର ଉପକୂଳବର୍ତ୍ତୀ ସହର ତେଙ୍ଗୁଙ୍ଗ ଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ପୂର୍ବାହ୍ନ ସାଢେ ୯ଟାରେ ଏହି ଭୂକମ୍ପ ହୋଇଥିଲା। ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା ।

ଭୂକମ୍ପ ବିଷୟରେ ସୂଚନା ପାଇବା ମାତ୍ରେ ଟିମ୍‌ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଯାଇଥିଲେ। ତାଇୱାନ ପାଇଁ ଭୂକମ୍ପ ନୂଆ କଥା ନୁହେଁ। ଏଠାରେ ପ୍ରାୟ ସମୟ ଭୂମିକମ୍ପ ହୋଇଥାଏ ।  ଲଗାତାର ଦୁଇଟି ଦୁଇଟି ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଭୂମିକମ୍ପର ଉତ୍ପତି ସ୍ଥଳ ସମୁଦ୍ରରେ ଥିବା ଯୋଗୁ ସୁନାମୀ ଭୟ ମଧ୍ୟ ରହିଛି। ତେବେ ସୁନାମୀ ପାଇଁ ଏପର୍ଯ୍ୟନ୍ତ ସତର୍କତା ଜାରି ହୋଇ ନାହିଁ।

Related Articles

Back to top button