ୟୁକ୍ରେନ ପ୍ରାର୍ଥୀତ୍ୱକୁ ମାନ୍ୟତା ଦେଲା ଇୟୁ

ୟୁକ୍ରେନକୁ ପ୍ରାର୍ଥୀ ଭାବରେ ମାନ୍ୟତା ପ୍ରଦାନ ମିଳିତ ଭାବରେ ଆଗକୁ ବଢ଼ିବା ଏବଂ ଦୀର୍ଘ ଯାତ୍ରା କରିବାର ଏକ ଶୁଭାରମ୍ଭ ହୋଇଛି। ଇତିମଧ୍ୟରେ ରୁଷ ସେନା ପୂର୍ବ ୟୁକ୍ରେନରେ ଅଧିକ ଅଞ୍ଚଳ ସେମାନଙ୍କ ନିୟନ୍ତ୍ରଣକୁ ନେଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟମାନେ ଲିସେଚାନସ୍କ ଅଞ୍ଚଳରୁ ପଛକୁ ହଟିବା ଆରମ୍ଭ କରିଛନ୍ତି। ରୁଷ ସୈନ୍ୟ ସେମାନଙ୍କୁ ଘେରିବା ପୂର୍ବରୁ ସେମାନେ ସେଠାରୁ ଚାଲିଯାଇଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ ବିରୋଧରେ ରୁଷ ଚଳାଇଥିବା ଯୁଦ୍ଧରେ ସମ୍ପ୍ରତି ଅନ୍ୟତମ ମୁଖ୍ୟ ରଣଭୂମି ପାଲଟିଥିବା ଲୁହାନସ୍କ ଅଞ୍ଚଳରେ ଏହି ସହର ଅବସ୍ଥିତ। ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କୁ ହଟାଇ ଲୋକସୁତିଭକା ଏବଂ ରାଇଓସେକ୍‍ଜାଣ୍ଡ୍ରିଭକା ଅଞ୍ଚଳ ନିଜ ଦଖଲକୁ ନେଇଛନ୍ତି। ଏଥିସହିତ ସେମାନେ ସେଭରଡନେସ୍କ ପ୍ରଦେଶକୁ ଲାଗିଥିବା ସିରୋଟାଇନକୁ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବା ଉଦ୍ୟମ ଜାରି ରଖିଛନ୍ତି।

ଆମେରିକା ପ୍ରଶାସନ ୟୁକ୍ରେନକୁ ଆଉ ୪୫୦ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛି। ସେଥିମଧ୍ୟରେ ଅଧିକ ସଂଖ୍ୟକ ମଧ୍ୟମ ଦୂରଗାମୀ ରକେଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ସହାୟତା ମଧ୍ୟରେ ରହିଛି ଚାରିଟି ହାଇ ମୋବିଲିଟି ଆର୍ଟେିଲେରୀ ରକେଟ ସିଷ୍ଟମ। ପୂର୍ବରୁ ଏହିଭଳି ଚାରିଟି ବ୍ୟବସ୍ଥା ୟୁକ୍ରେନକୁ ମିଳିସାରିଛି। ସେଗୁଡିକୁ ୟୁରୋପରେ ରଖାଯାଇ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେବା କାର୍ଯ୍ୟ ଚାଲିଛି। ଏଭଳି ପରିସ୍ଥିତିରେ ରୋମାନିଆ ବନ୍ଦରରେ ବିପୁଳ ପରିମାଣରେ ୟୁକ୍ରେନ ଗହମ ପହଞ୍ଚିଛି। କୃଷ୍ଣ ସାଗର ତଟରେ ଥିବା ରୋମାନିଆର କନଷ୍ଟାଣ୍ଟା ବନ୍ଦର ଦେଇ ୟୁକ୍ରେନରୁ ଗହମ ରପ୍ତାନି କରାଯାଉଛି।

 

Related Articles

Back to top button