ଆମେରିକା ପ୍ରେସିଡେଣ୍ଟ ଜୋ ବାଇଡେନଙ୍କ ଘରେ ଏଫବିଆଇ ରେଡ୍, କିଛି ଗୋପନୀୟ ତଥ୍ୟ ଏବଂ ହାତ ଲେଖା ନୋଟ୍ ଜବତ
ନୂଆଦିଲ୍ଲୀ : ବଢିଲା ଜୋ ବାଇଡେନଙ୍କ ଅଡ଼ୁଆ । ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍ଭେଷ୍ଟିଗେସନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ୱିଲମିଙ୍ଗଟନରେ ଥିବା ବାସଭବନ ଚଢାଉ କରିଛନ୍ତି । ୧୩ ଘଣ୍ଟା ଖୋଜାଖୋଜି କରିବା ପରେ ୬ଟି ଗୋପନୀୟ ତଥ୍ୟ ପାଇଛନ୍ତି । ଜୋ ବାଇଡେନ କିଛି ହାତ ଲେଖା ନୋଟ୍ ମଧ୍ୟ ଜବତ ହୋଇଛି ।
ତେବେ ବାଇଡେନ୍ଙ୍କ ଓକିଲ ବବ୍ ବାଉର୍ କହିଛନ୍ତି ଯେ ବାଇଡେନ୍ ନିଜେ ସ୍ବେଚ୍ଛାକୃତ ଭାବେ ଏଫବିଆଇକୁ ତାଙ୍କ ଘର ଖୋଜିବାର ଅନୁମତି ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ସର୍ଚ୍ ଓ୍ବାରେଣ୍ଟ ନଥିଲେ ମଧ୍ୟ ଏହି ଘଟଣା ଅସାଧାରଣ ଥିଲା ।
ତେବେ ବାଇଡେନଙ୍କ ଓକିଲ ବାଉର ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ଡକୁ୍ୟମେଣ୍ଟ ଗୁଡ଼ିକ ସିନେଟର ତଥା ଉପରାଷ୍ଟ୍ରପତି ବାଇଡେନ୍ ଭାବରେ ବାଇଡେନଙ୍କ କାର୍ଯ୍ୟକାଳ ସହିତ ଜଡିତ ଥିବାବେଳେ ଏହି ସମସ୍ତ ଦଲିଲ ତାଙ୍କ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସିଛି ।
କେବଳ ଏତିକି ନୁହେଁ ବାଉର କହିଛନ୍ତି ଯେ, ଜଷ୍ଟିସ୍ ବିଭାଗ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ରେକର୍ଡ ଗୁଡ଼ିକର ସମୀକ୍ଷା କରିନାହାନ୍ତି । ତେବେ ଏଫବିଆଇ ଦ୍ବାରା ଚଢାଉ ହୋଇଥିବା ଡକ୍ୟୁମେଣ୍ଟ ଗଡ଼ିକ ତାହା କେଉଁପ୍ରକାରର ସ୍ପଷ୍ଟ ହୋଇ ନାହିଁ ।
ସେପଟେ ତଦନ୍ତ ଶେଷ ନହେବା ଯାଏ ହ୍ବାଇଟ ହାଉସକୁ ନେଇ କୌଣସି ମନ୍ତବ୍ୟ ନ ଦେବାକୁ ବାଉର୍ କହିଛନ୍ତି । ଛଢାଉବେଳେ ବାଇଡେନ୍ଙ୍କ ବାଇଡେନଙ୍କ ଓକିଲ ତଥା ହ୍ବାଇଟ ହାଉସର ଓକିଲ ମଧ୍ୟ ଉପସ୍ଥିତ ଥିଲେ ।