ମିଶରର ଏକ ଚର୍ଚ୍ଚରେ ଅଗ୍ନିକାଣ୍ଡ: ୪୧ ଜଣଙ୍କ ମୃତ୍ୟୁ

ମିଶରର ଏକ ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଶରର କାପ୍ଟିକ ଚର୍ଚ୍ଚର କହିବା ଅନୁସାରେ, କାହିରାର ଏକ ଚର୍ଚ୍ଚରେ ନିଆଁ ଲାଗିବା ପରେ ଅତି କମରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି ।

ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରି ନଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ପୋଲିସ ପ୍ରାରମ୍ଭିକ ତଦନ୍ତ ପରେ ସୂଚନା ଦେଇଛି । ପୋଲିସ ବୟାନ ଅନୁସାରେ, ରବିବାର ଏଠାରେ ସଭା ଚାଲିଥିବା ସମୟରେ ନିଆଁ ଲାଗିଥିଲା ଏବଂ କେହି କିଛି ବୁଝିବା ଆଗରୁ ଏତେ ବଡ଼ ଦୁର୍ଘଟଣା ଘଟିଯାଇଥିଲା । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀର ୧୫ଟି ଗାଡି ନିୟୋଜିତ କରାଯାଇଥିଲା।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୟାନ ଜାରି କରି, ରାଷ୍ଟ୍ରପତି ଅବଦୁଲ ଫତ୍ତାହ ଅଲ-ସିସି ଫୋନ ଯୋଗେ କାପ୍ଟିକ ଖ୍ରୀଷ୍ଟିୟନ ପୋପ ତବାଡ୍ରୋସଙ୍କ ସହ କଥା ହୋଇ ନିଜ ସମବେଦନା ଜଣାଇଛନ୍ତି । କାପ୍ଟିକ ଖ୍ରୀଷ୍ଟିୟନ ମଧ୍ୟ ପୂର୍ବରେ ସବୁଠୁ ବଡ଼ ଇସାଇ ସଂଗଠନ । ମିଶର ୧୦୩ ମିଲିୟନ ଲୋକଙ୍କ ମଧ୍ୟରୁ ଅତି କମରେ ୧୦ ମିଲିୟନ ଲୋକେ ଏହି ସମୁଦାୟର ଅଛନ୍ତି । କାପ୍ଟିର ଖ୍ରୀଷ୍ଟିୟନଙ୍କୁ ଏଠାରେ ଆକ୍ରମଣ ଏବଂ ଭେଦଭାବ କରାଯାଉଥିବା ବହୁ ଅଭିଯୋଗ ରହିଛି । ଉତ୍ତର ଆଫ୍ରିକାର ଏହି ମୁସିଲମ ବହୁଳ ଦେଶରେ ଏମାନଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ରହିଛି ।

Related Articles

Back to top button