
ବାଂଲାଦେଶରେ ବନ୍ୟା, ୨୫ ଲୋକଙ୍କ ମୃତ୍ୟୁ
ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି ରହିଛନ୍ତି
ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି ରହିଛନ୍ତି। ଗତ ବୁଧବାର ଏହି ବନ୍ୟା ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିଲା। ଭାରତର ମେଘାଳୟ ଏବଂ ଆସାମରେ ମଧ୍ୟ ବନ୍ୟା ହୋଇଥିଲା। ଏଠାରେ ବର୍ଷା ରେକର୍ଡ ଭାଙ୍ଗିଛି।
ଏକ ରିପୋର୍ଟ ଅନୁଯାୟୀ, ଶନିବାର ସିଲହଟ ଏବଂ ସୁନାମଗଞ୍ଜ ଜିଲାରେ ବନ୍ୟାର ସ୍ଥିତି ପୂରା ବିଗିଡ଼ିଯାଇଛି। ସିଲହଟର ସବୁଠୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ଗୋବାଇଘାଟ, କମ୍ପାନୀଗଞ୍ଜ, ଜୟନ୍ତିୟାପୁର, ସିଲହଟ ସଦର, ବିଶ୍ୱନାଥ, ଗୋଲାପଗଞ୍ଜ ଆଦି ଅନ୍ତର୍ଭୁକ୍ତ। ସେହିପରି ସୁମାନଗଞ୍ଜ ଜିଲାର ଛଟକ, ଦୋବାରାବଜାର, ଡେରାଇ, ମଧ୍ୟନଗର, ବିଶ୍ୱମ୍ବରପୁର, ତାହିରପୁର ଏବଂ ଜମଲାଗଞ୍ଜ ଅଧିକ ପ୍ରଭାବିତ ହୋଇଛି।