
ଗାଜା ହସ୍ପିଟାଲରେ ବୋମାମାଡ଼, ୫୦୦ ମୃତ
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ବଡ ଖବର । ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲରେ ଗତକାଲି ଭୟଙ୍କର ରକେଟ ମାଡ ହୋଇଛି । ଏଥିରେ ପ୍ରାୟ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଗାଜା ହସ୍ପିଟାଲ ଉପରେ କିଏ ଆକ୍ରମଣ କଲା ? ଇସ୍ରାଏଲ ବାୟୁସେନା ଆକ୍ରମଣ କରିଥିବା ହମାସ ଦାବି କରିଛି । ଏପଟେ ରକେଟ ମାଡକୁ ଦୃଢ ଖଣ୍ଡନ କରିଛି ଇସ୍ରାଏଲ ସେନା । ରକେଟ ମାଡର ଭିଡିଓ ଜାରି କରିଛି ଇସ୍ରାଏ ସେନା । ଇସ୍ରାମିକ ଜିହାଦ ରକେଟ ମାଡ କରିଥିବା IDF କହିଛି । ଲକ୍ଷ୍ୟଭ୍ରଷ୍ଟ ହୋଇ ରକେଟ ହସ୍ପିଟାଲ ଉପରେ ପଡିଥିବା ଇସ୍ରାଏଲ କହିଛି । ତେବେ ପ୍ରକୃତ କାରଣ ଖୋଜା ଚାଲିଛି ।
ବୋମାମାଡ଼ରେ ହସ୍ପିଟାଲ ଛାରଖାର ହୋଇଯାଇଛି ଏବଂ ଧ୍ବଂସାବଶେଷ ତଳେ ଆହୁରି ଶତାଧିକ ଲୋକଙ୍କ ଶବ ରହିଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଗାଜା ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିବା ପ୍ରାୟ ୨ ହଜାର ଲୋକ ଏହି ହସ୍ପିଟାଲ ପରିସରରେ ଆଶ୍ରୟ ନେଇଥିବା ସମୟରେ ଆକ୍ରମଣ ହୋଇଛି। ଯୁଦ୍ଧର ଘନଘଟା ଭିତରେ ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଇସ୍ରାଏଲ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଏଭଳି ଭୟାନକ ଆକ୍ରମଣ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ାଇ ଦେଇଛି।