ଶ୍ରୀଲଙ୍କା ଫେରିଲେ ଗୋଟାବାୟା

କଲମ୍ବୋ: ଦୁଇମାସ ପୂର୍ବେ ଥାଇଲାଣ୍ଡ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ ଶୁକ୍ରବାର ରାତିରେ ସ୍ବଦେଶ ଫେରିଛନ୍ତି। ତାଙ୍କୁ କଲମ୍ବୋ ବିମାନବନ୍ଦରରେ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି। ଶ୍ରୀଲଙ୍କା ପୋଦୁଜନ ପେରାମୁନା (ଏସ୍‌ଏଲ୍‌ପିପି)ର ଅନୁରୋଧକ୍ରମେ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ। ଶ୍ରୀଲଙ୍କାରେ ଆର୍ଥତ୍କ ସଙ୍କଟ ପାଇଁ ଗୋଟାବାୟାଙ୍କୁ ଦାୟୀ କରାଯାଇ ତାଙ୍କର ଇସ୍ତଫା ଦାବି କରାଯାଇଥିଲା। ଜନଆକ୍ରୋଶରୁ ବର୍ତ୍ତିବା ଲାଗି ଜୁଲାଇ ୧୩ ଭୋର ସମୟରେ କଲମ୍ବୋ ଛାଡ଼ିଥିଲେ। ସିଙ୍ଗାପୁରରେ ପହଞ୍ଚତ୍ବା ପରେ ୧୪ ତାରିଖରେ ଗୋଟାବାୟା ରାଷ୍ଟ୍ରପତି ପଦରୁ ଇସ୍ତଫା ଘୋଷଣା କରିଥିଲେ।

Related Articles

Back to top button