ଚୀନରେ କମିବାରେ ଲାଗିଛି ବିବାହ ପଞ୍ଜିକରଣ

ଚୀନରେ ଦିନକୁ ଦିନ କମୁଥିବା ଲୋକସଂଖ୍ୟା ଭିତରେ ବାହାଘର ହାର ଏବେ  ନୂଆ ସମସ୍ୟା ସୃଷ୍ଟି କରିଛି। ଚୀନରେ ବାହାଘରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଦଶନ୍ଧି ଧରି ଗୋଟିଏ ହିଁ ଛୁଆ ଜନ୍ମ କରିବା ନୀତି ଲାଗୁ କରିଥିବା ଚୀନରେ ଏବେ ଲୋକେ ବିବାହ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ପରିସ୍ଥିତି ଏତେ ଜଟିଳ ହୋଇଯାଇଛି ଯେ ଚୀନରେ ୨୦୨୧ ରେ ୩୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବିବାହ ପଞ୍ଜୀକରଣ ହୋଇଛି। ଅଧିକାରିକ ରେକର୍ଡ ଅନୁସାରେ, ଚୀନରେ ୨୦୨୧ ରେ ୮୦ ଲକ୍ଷରୁ କମ ଯୋଡି ବାହାଘର ପାଇଁ  ପଞ୍ଜିକରଣ କରିଛନ୍ତି।

ବାହାଘରକୁ ନେଇ ଆସିଥିବା ନୂଆ ରିପୋର୍ଟ ଅନୁସାରେ, ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟାଥିବା ଦେଶ ଚୀନରେ ଗତ କିଛି ବର୍ଷ ମଧ୍ୟରେ କେବଳ ୭୦.୬୪ ଲକ୍ଷ ଯୋଡି ବିବାହ ପାଇଁ ପଞ୍ଜୀକରଣ କରିଛନ୍ତି। ବିବାହ ପାଇଁ ଏହି ସଂଖ୍ୟା ୧୯୮୬ ପରେ  ସବୁଠାରୁ କମ୍ ରହିଛି।  ରିପୋର୍ଟ ଅନୁସାରେ ୨୦୨୦ ତୁଳନାରେ ବିବାହ କରିଥିବା ଯୋଡିର ସଂଖ୍ୟା ୨୦୨୧ରେ ୬.୧ ପ୍ରତିଶତ କମ୍ ରହିଛି। ଏହି ନମ୍ବର ଅନୁସାରେ ଲଗାତାର ଅଷ୍ଟମ ବର୍ଷ, ବିବାହ ହାରରେ ହ୍ରାସ ରେକର୍ଡ ହୋଇଥିବା ଜଣାପଡିଛି।

ରିପୋର୍ଟରେ ଏହା ମଧ୍ୟ ଦେଖିବାକୁ ମିଳିଛି, ଚୀନରେ ଗତ ବର୍ଷ ବିବାହ କରିଥିବା ଲୋକଙ୍କ ମଧ୍ୟରେ ୨୫ ରୁ ୨୭ ବର୍ଷ ଆୟୁଥିବା ଲୋକସଂଖ୍ୟା ମାତ୍ର ୩୫.୩ ପ୍ରତିଶତ। ଯାହାକି ୨୦୨୦ର ତୁଳନାରେ ୦.୪ ପ୍ରତିଶତ ଅଧିକ ଅଟେ। ସେପଟେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଚୀନ ବିଶେଷଜ୍ଞଙ୍କ ଅନୁଯାୟୀ ବିଳମ୍ବରେ ବିବାହ କରିବା ଚଳଣି ଯୋଗୁଁ  ଚୀନ ଦ୍ବାରା ୩ ସନ୍ତାନ ପାଇଁ ଅନୁମତି ନୀତି ପ୍ରଭାବିତ ହେବ। ଯାହାଦ୍ବାରା ଜନସଂଖ୍ୟା ସମ୍ବନ୍ଧିତ ସମସ୍ୟା ଦୁର କରିବା ପାଇଁ ଚୀନର ଚିନ୍ତା ଆହୁରି ବଢିବ।

ଚୀନ ଏକ ଦଶନ୍ଧି ପୁରୁଣା ଏକ ସନ୍ତାନ ନୀତିକୁ ସମାପ୍ତ କରି ସବୁ ଦମ୍ପତିଙ୍କୁ ଦୁଇଟି ସନ୍ତାନ ଜନ୍ମ କରିବାକୁ ୨୦୧୬ରେ ଅନୁମତି ପ୍ରଦାନ କରିଛି। ଗତ ବର୍ଷ ଚୀନ ଦେଶର ନିୟମ ପରିବର୍ତ୍ତନ କରିଛି, ଯେଉଁଥିରେ ଚୀନି ଦମ୍ପତିଙ୍କୁ ତିନି ସନ୍ତାନ ଜନ୍ମ କରିବାର ଅନୁମତି ଦିଆଯାଇଛି। ଚୀନରେ ୨୦୨୦ର ଜନଗଣନା ଅନୁସାରେ ଜଣାପଡିଛି ଯେ ଦେଶର ଜନସଂଖ୍ୟା ଅତ୍ୟନ୍ତ ଧିର ଗତିରେ ବୃଦ୍ଧି ପାଇଛି।

Related Articles

Back to top button