ସ୍ଥାୟୀ ଶରଣ ମିଳିଲା ଯାଏଁ ଗୋଟବାୟା ରାଜପକ୍ଷେଙ୍କୁ ସଶର୍ତ୍ତ ରଖିବାକୁ ଥାଇଲାଣ୍ଡର ଅନୁମତି

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କୁ ଥାଇଲ୍ୟାଣ୍ଡ ଅସ୍ଥାୟୀ ନିବାଶ ଅନୁମତି ଦେଇଛି। ରାଜପକ୍ଷେଙ୍କ ଅନୁରୋଧରେ ଥାଇଲ୍ୟାଣ୍ଡ ଏହି ଅନୁମତି ଦେଇଛି। ତେବେ ସର୍ତ୍ତ ରଖିଛି ଏଠାରେ ଅବସ୍ଥାନ କାଳରେ ସେ ଅନ୍ୟ ଦେଶରେ ସ୍ଥାୟୀ ଶରଣ ସନ୍ଧାନ କରିବେ ଓ ଥାଇଲାଣ୍ଡ ଲାଗି ସମସ୍ୟାର କାରଣ ହେବେନି।

ମିଡିଆ ରିପୋର୍ଟ ଅନୁସାରେ ଅସ୍ଥାୟୀ ନିବାସ ଅନୁମତି ମିଳିବା ପରେ ସିଙ୍ଗାପୁରରେ ରହୁଥିବା ରାଜପକ୍ଷେ ପରିବାର ଗୁରୁବାର ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକ୍ ଚାଲିଯାଇଛନ୍ତି। କଲମ୍ବୋ ଗେଜେଟ୍ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ୍-ଓ-ଚାଙ୍କ ସୂତ୍ରରୁ ଏହି ସୂଚନା ଦେଇଛନ୍ତି। ଓ-ଚା ଏହା ଏକ ମାନବୀୟ ପ୍ରସଙ୍ଗ ଓ ସେ ଏଠାରେ ଅସ୍ଥାୟୀ ବସବାସ କରିବେ ବୋଲି କହିଛନ୍ତି। ଦେଶରେ ତାଙ୍କର ଅବସ୍ଥାନ କାଳରେ କୌଣସି ପ୍ରକାର ରାଜନୈତିକ ପ୍ରଦର୍ଶନକୁ ଅନୁମତି ମିଳିବ ନାହିଁ।

Related Articles

Back to top button