ଚଷମା କରିବ ଟ୍ରାନ୍ସଲେସନ୍‌

କିଛି ନୂଆ ଶବ୍ଦ ଦେଖିବା ମାତ୍ରେ ଆମେ ଡିକ୍ସନାରୀ ବାହାର କରି ତା’ର ଅର୍ଥ ଖୋଜିବାକୁ ଲାଗୁ। ହେଲେ ଏବେ ସେମିତି କରିବାର ଆବଶ୍ୟକତା ନାହିଁ। କାରଣ ଜାପାନର ଜଣେ ବୈଜ୍ଞାନିକ ଏଭଳି ଚଷମା ତିଆରି କରିଛନ୍ତି, ଯାହା ଅଜଣା ଶବ୍ଦକୁ ଟ୍ରାନ୍ସଲେଟ କରିବାରେ ସକ୍ଷମ। ଚଷମାଟି ଶବ୍ଦକୁ ଟ୍ରାନ୍ସଲେଟ୍‌ କରି ତା’ର ଟ୍ରାନ୍ସଲେଟେଡ ଇମେଜ ପ୍ରସ୍ତୁତ କରିଥାଏ। କମ୍ପାନୀ ଅନୁସାରେ ଉକ୍ତ ଟେକ୍‌ନିକ୍‌କୁ ଜାପାନର ଇଲେକ୍ଟ୍ରୋନିକ ଶୋ ସିଟୈକ ୨୦୧୩ରେ ପ୍ରଦର୍ଶିତ କରାଯାଇଥିଲା। ଏହି ସ୍ମାର୍ଟ ଚଷମା ପର୍ଯ୍ୟଟକଙ୍କ ପାଇଁ ବହୁତ କାମରେ ଲାଗିବ। କାରଣ ଏହାଦ୍ୱାରା ପର୍ଯ୍ୟଟକ ବିଦେଶ ଯାଇଥିବାବେଳେ ସେଠାକାର ହୋଟେଲର ମେନ୍ୟୁକୁ ଉକ୍ତ ଚଷମା ସାହାଯ୍ୟରେ ସହଜରେ ପଢି ବୁଝିପାରିବେ। ତା’ସହ ସେଠାକାର ଭାଷାରେ ଲିଖିତ ସ୍ଥାନଗୁଡିକର ନାମ ବି ଟ୍ରାନ୍ସଲେସନ୍‌ ମାଧ୍ୟମରେ ପଢିପାରିବେ। ଏହି ଗ୍ଲାସେସ୍‌ ସାହାଯ୍ୟରେ ଜାପାନୀ, ଇଂରାଜୀ, ଚାଇନା, କୋରିଆ ଭାଷା ଟ୍ରାନ୍ସଲେଟ୍‌ କରିହୁଏ। ଆଉ ଟ୍ରାନ୍ସଲେସନ୍‌ କରିବାକୁ ମାତ୍ର ୫ ସେକେଣ୍ଡ ସମୟ ଲାଗିଥାଏ। ଏହା ବହୁ ଉପକାରୀ ହେଲେ ହେଁ କମ୍ପାନୀ ଅନୁସାରେ ଏଥିରେ ଥିବା ସମସ୍ୟାଗୁଡିକ ହେଉଛି ଏହାର ଆକାର, ଓଜନ ଓ ବ୍ୟାଟେରୀ ଲାଇଫ୍‌ ଅଟେ। ଯାହାକୁ ସମାଧାନ କରିବା ପାଇଁ ଏବେ ଚେଷ୍ଟା କରାଯାଉଛି। ଅନ୍ୟ କିଛି କମ୍ପାନୀ ମଧ୍ୟ ଏହି ଟେକ୍‌ନିକ ଡେଭଲପ୍‌ କରିବାରେ ଲାଗିଛନ୍ତି। ଆଉ ଗୁଗଲ୍‌ ବି ନିଜର ଗୁଗଲ୍‌ ଗ୍ଲାସ ପ୍ରୋଜେକ୍ଟରେ ଏହିଭଳି ଚଷମା ତିଆରି କରିଛି।

Related Articles

Back to top button