ଭଗବତ୍‌ ଗୀତା ପାର୍କ ଭଙ୍ଗାରୁଜାକୁ ଘୃଣା ହିଂସା କହି ନିନ୍ଦାକଲା ଭାରତ

ନୂଆଦିଲ୍ଲୀ : କାନାଡାର ବ୍ରମ୍ପଟନ୍‌ ସ୍ଥିତ ଶ୍ରୀ ଭଗବତ୍‌ ଗୀତା ପାର୍କରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଏଭଳି ଘୃଣା ହିଂସାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। କାନାଡା କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଭାରତୀୟ ଉଚ୍ଚାୟୁକ୍ତ ଅନୁରୋଧ କରିଛନ୍ତି। ପୂର୍ବରୁ ଟ୍ରୟର୍ସ ପାର୍କ ଭାବେ ଜଣାଶୁଣା ଥିବା ଏହି ପାର୍କକୁ ଭଗବତ ଗୀତା ନାମରେ ନାମିତ କରାଯାଇ ଗତ ମାସ ୨୮ରେ ଏହାର ଶୁଭାରମ୍ଭ କରାଯାଇଥିଲା। କାନାଡ଼ାରେ ଭାରତ ବିରୋଧୀ କାର୍ଯ୍ୟ ଓ ଘୃଣିତ ଅପରାଧ ବଢ଼ୁଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ୧୦ ଦିନ ପୂର୍ବରୁ ସତର୍କ କରାଯାଇଥିଲା।

Related Articles

Back to top button