ମାନବ ସଦୃଶ ରୋବଟ ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ ଏଲନ୍ ମସ୍କ

ସାନ ଫ୍ରାନ୍ସିସ୍କୋ: ଏକ ମାନବ ସଦୃଶ ରୋବଟ ର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ। ଏହା କମ୍ପାନୀର କୃତ୍ରିମ ଜ୍ଞାନକୌଶଳ ଦିବସ 2022ରେ ପ୍ରଥମ ଥର ପାଇଁ ଷ୍ଟେଜରେ କୌଣସି ପ୍ରତିବନ୍ଧକ ଅର୍ଥାତ୍ କୌଣସି ନିୟନ୍ତ୍ରଣାଧୀନ ମେସିନ୍ ବିନା ପରିଚାଳିତ ହୋଇଛି । ଏହି ରୋବର୍ଟର ନାଁ ଅପ୍ଟିମସ୍ ରଖାଯାଇଛି ।

ତେବେ “ଅପ୍ଟିମସ୍” ରୋବଟରେ ଟେସଲାର ‘ଅଟୋପାଇଲଟ୍’ ନାମକ ଉନ୍ନତ ଡ୍ରାଇଭର ସହାୟତା ପ୍ରଣାଳୀ ଭଳି ସମାନ କୃତ୍ରିମ ବୁଦ୍ଧିମତା (Artificial Intelligence) ସଫ୍ଟୱେର୍ ଏବଂ ସେନ୍ସର ରହିଛି ଏବଂ ଏହାର ମୂଲ୍ୟ ପ୍ରାୟ 20,000 ଡଲାର୍ ହୋଇପାରେ ।

ମସ୍କଙ୍କ ଅନୁଯାୟୀ ଏହା ପ୍ରଥମ ଥର ପାଇଁ କୌଣସି ସମର୍ଥନ, କ୍ରେନ୍, ଯାନ୍ତ୍ରିକ ଜ୍ଞାନକୌଶଳ କିମ୍ବା କେବୁଲ୍ ବିନା କାମ କରିବ । ମିଲିୟନ୍ସ ୟୁନିଟରେ ବହୁଳ ଉତ୍ପାଦନ ପାଇଁ ଏହି ହ୍ୟୁମାନୋଏଡ ରୋବଟ ତିଆରି କରାଯାଇଛି । ରୋବଟରେ ଘଣ୍ଟା ପ୍ରତି 2.3 କିଲୋୱାଟ ବ୍ୟାଟେରୀ ପ୍ୟାକ୍ ରହିଛି ଯାହା ପ୍ରାୟ ଗୋଟିଏ ଦିନର କାମ ପାଇଁ ଉପଯୁକ୍ତ । ଏହା ଟେସଲା ଚିପ୍‌ରେ କାମ କରିବ ଏବଂ ଏଥିରେ ୱାଇ-ଫାଇ ଏବଂ LTE (Long-Term Evolution) ସଂଯୋଗ ଥିବା ଭର୍ଜ  ରିପୋର୍ଟ କରିଛି ।

ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ମଣିଷ ପରି ହାତ ପରି ପ୍ରସ୍ତୁତ ହୋଇଥିବା ଏହି ରୋବଟ ଏକ ଜୈବଗତ ଅନୁପ୍ରାଣିତ ଡିଜାଇନ୍ (Biologically Inspired Design) ଯାହା କାରଖାନା ତଥା ଅନ୍ୟାନ୍ୟ ସୁବିଧାରେ ବିଭିନ୍ନ ଆକୃତିର ଆକାରର ବସ୍ତୁ ଉଠାଇବାରେ ସହାୟକ ହେବ । ଏହା ବର୍ତ୍ତମାନର ସଭ୍ୟତା ପାଇଁ ଏକ ମୌଳିକ ପରିବର୍ତ୍ତନ ହେବ । ଏହି ରୋବର୍ଟର ମୂଲ୍ୟ ବୋଧହୁଏ 20,000 ଡଲାରରୁ କମ୍ ହେବ ବୋଲି ମସ୍କ କହିଛନ୍ତି ।

ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ‘ବମ୍ବଲ୍ ସି’କୁହାଯାଉଛି, ପରବର୍ତ୍ତୀ ପର୍ଯ୍ୟାୟରେ ରୋବଟ ଅପ୍ଟିମସରେ ବିକଶିତ ହେବ । ଟେସଲା ଯାନରେ ବ୍ୟବହୃତ ସୁପର କମ୍ପ୍ୟୁଟର ମଧ୍ୟ ରୋବଟରେ ବ୍ୟବହୃତ ହେଉଛି । ଏଥିରେ ବେତାର ସଂଯୋଗ ସହିତ ଅଡିଓ ସପୋର୍ଟ ଏବଂ ହାର୍ଡୱେର୍ ସ୍ତରୀୟ ସୁରକ୍ଷା ବୈଶିଷ୍ଟ୍ୟ ଫିଚର୍ସ ରହିଛି ।

Related Articles

Back to top button