ବ୍ରିଟେନ ରାଜକୁମାରୀ ଡାୟନାଙ୍କ ମୃତ୍ୟୁ ରହସ୍ୟ ସମ୍ପର୍କରେ ସୁରକ୍ଷାକର୍ମୀଙ୍କ ଚାଞ୍ଚଲ୍ୟକର ଖୁଲାସା

୧୯୯୭ ମସିହାରେ ବ୍ରିଟେନ ରାଜକୁମାରୀ ଡାୟନାଙ୍କ ମୃତ୍ୟୁ ସାରା ଦୁନିଆର ଚର୍ଚ୍ଚିତ ବିଷୟ ହୋଇଥିଲା । ରାଜକୁମାର ଡାୟନାଙ୍କ ମୃତ୍ୟୁରେ ସମସ୍ତ ଚକିତ ହୋଇଥିଲେ। ୧୯୯୭ ମସିହା ଅଗଷ୍ଟ ୩୧ରେ ରାଜକୁମାରୀ ଡାୟନାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। କିନ୍ତୁ ଏବେ ବି ଏହା ରହସ୍ୟ ହୋଇ ରହିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ବି ଅନେକ ପ୍ରକାର ଅନୁମାନ କରାଯାଉଛି । ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କିଏ ଦାବି କରୁଥିବା ବେଳେ କେହି କେହି ତାଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରୁଛନ୍ତି। ଏହାରି ଭିତରେ ରାଜକୁମାରୀ ଡାୟନାଙ୍କ ସୁରକ୍ଷାକର୍ମୀ ଥିବା ଜଣେ ବ୍ୟକ୍ତି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ବ୍ରିଟେନ ରାଜକୁମାରୀ ଡାୟନାଙ୍କ ପୂର୍ବତନ ସୁରକ୍ଷାକର୍ମୀ ଲି ସେନସମ କହିଛନ୍ତି, ଲେଡି ଡାୟନାଙ୍କ ହତ୍ୟା ବ୍ରିଟେନ ସୁରକ୍ଷା ଏଜେନ୍ସି ଏମଆଇ-୬ର ଏକ ଅପରେସନ ଜରିଆରେ ହୋଇଥିବାର ସମ୍ଭାବନା ଅଧିକ । ଡେଲି ଷ୍ଟାରକୁ ଦେଇଥିବା ଏକ ସକ୍ଷାତକାରରେ ଡାୟନାଙ୍କ ସୁରକ୍ଷାକର୍ମୀ ତାଙ୍କ ମୃତ୍ୟୁକୁ ନେଇ ବହୁ ଖୁଲାସା କରିଛନ୍ତି । ପ୍ରାୟ ୨୫ ବର୍ଷ ତଳେ ରାଜକୁମାରୀ ଡାୟନାଙ୍କ ମୃତ୍ୟୁ ହେବା ସମୟରେ ତାଙ୍କର ଏବଂ ପ୍ରିନ୍ସ ଚାର୍ଲ୍ସଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏହାପରେ ଚାର୍ଲ୍ସ ଏବଂ କେମିଲାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଡାୟନାଙ୍କ ମୃତ୍ୟୁର କିଛି ଦିନ ପୂର୍ବର ଚାର୍ଲ୍ସ ଏବଂ କେମିଲାଙ୍କ ବିବାହ ହୋଇଥିଲା।

ଡାୟନାଙ୍କ ସୁରକ୍ଷାକର୍ମୀଙ୍କ କହିବା କଥା, ବ୍ରିଟେନର ଗୁଇନ୍ଦା ଏଜେନ୍ସି ଏମଆଇ-୬ର ଏଜେଣ୍ଟ ଲଗାତାର ରାଜକୁମାରୀ ଡାୟନାଙ୍କ ଉପରେ ତୀକ୍ଷ୍ନ ନଜର ରଖିଥିଲେ। ସେମାନଙ୍କ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। କିନ୍ତୁ ଯେଉଁ ପରି ଭାବେ ଏହି ପୂରା ଘଟଣାକୁ ନେଇ ବିତର୍କ ହୋଇଥିଲା, ସୁରକ୍ଷାକର୍ମୀଙ୍କ ଏହି ବୟାନ ଏବେ ସେହି ଦାବିକୁ ଅଧିକ ବଳ ଯୋଗାଇଛି ।

Related Articles

Back to top button