ଗୃହଯୁଦ୍ଧ ମୁହାଁ ଇରାକ୍‌: ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ

ବାଗଦାଦ୍‌: ଇରାକ୍‌ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରଦର୍ଶନକାରୀ ପ୍ରବେଶ କରିଛନ୍ତି। ଶନିବାର ଏକ ପ୍ରଭାବଶାଳୀ ଶିଆ ଗୋଷ୍ଠୀର ହଜାରେରୁ ଅଧିକସମର୍ଥକ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ଇରାନ ସମର୍ଥିତ ଗୋଷ୍ଠୀଙ୍କ ଦ୍ୱାରା ସରକାର ଗଠନକୁ ବିରୋଧ କରିଛନ୍ତି।

ଏପରିସ୍ଥଳେ ଇରାନ୍‌ ସମର୍ଥିତ ଶିଆ ରାଜନୈତିକ ଦଳର ମେଣ୍ଟ କୋର୍ଡ଼ିନେଶନ ଫ୍ରେମଓ୍ବାର୍କ ପକ୍ଷରୁ ଏହାର ଜବାବ ଦେବାକୁ ଯାଇ ଅନ୍ୟ ଏକ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଫଳରେ ଦେଶରେ ଗୃହଯୁଦ୍ଧ ଘନେଇବାରେ ଲାଗିଛି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଘଉଡ଼େଇବା ଲାଗି ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା। ଏହି ଘଟଣାରେ ୧୨୫ ଜଣ ଆହତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତଙ୍କ ମଧ୍ୟରେ ୧୦୦ ଜଣ ସାଧାରଣ ଲୋକ ଏବଂ ୨୫ ଜଣ ସୁରକ୍ଷାକର୍ମୀ ଅଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ଗତ ବୁଧବାର ମଧ୍ୟ ପ୍ରଦର୍ଶନକାରୀ ସଂସଦରେ ପ୍ରବେଶ କରିଥିଲେ।

Related Articles

Back to top button