ଡିଏଚଏଫଏଲ ଘୋଟାଲା ମାମଲାରେ ବିଲ୍ଡରଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କଲା ସିବିଆଇ

ନୂଆଦିଲ୍ଲୀ: ଭାରତର ସବୁଠୁ ବ୍ୟାଙ୍କ ଘୋଟାଲା ମାମଲାରେ ସିବିଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୩୪,୦୦୦ କୋଟି ଟଙ୍କାର ଡିଏଚଏଫଏଲ ଘୋଟାଲା ମାମଲାରେ ସିବିଆଇ ଟିମ ପୁଣେ ସ୍ଥିତ ଏକ ବିଲ୍ଡରଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କରିଛି । ଡିଏଚଏଫଏଲ ଘୋଟାଲାର ଅଭିଯୁକ୍ତ ଅବିନାଶ ଭୋନସଲେଙ୍କ ଏକ ବିଶାଳମୟ ହଲ ଭିତରୁ ଏହି ହେଲିକପ୍ଟର ମିଳିଛି । ଗତ ମେ ୨୬ ତାରିଖରେ ସିବିଆଇ ଅଭିନାଶ ଭୋନସଲେଙ୍କୁ ଗିରଫ କରିଥିଲା।

ସିବିଆଇ ଅଧିକାରୀ ଶନିବାର କହିଛନ୍ତି, ଗତ କିଛି ଦିନ ଧରି ଟିମ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ । ଘୋଟାଲାରେ ଅର୍ଜିତ ସମ୍ପତ୍ତି ବାବଦରେ ତଥ୍ୟ ପାଇବା ପାଇଁ ଏହି ଚଢଉ କରାଯାଇଥିଲା । ଡିଏଚଏଫଏଲର ପୂର୍ବତନ ଶୀର୍ଷ ଅଧିକାରୀ କପିଲ ୱଧାୱନ, ଦୀପକ ୱଧାୱନ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ସିବିଆଇ କହିଥିଲା।

ସିବିଆଇ ଅନୁସାରେ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଥିବା ୧୭ ବ୍ୟାଙ୍କର ଏକ ସଂଘକୁ ଡିଏଚଏଫଏଲ ଧୋକା ଦେଇଥିଲା। ବ୍ୟାଙ୍କ ଗୁଡିକ ସହ ୩୪,୬୧୫ କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡିଥିଲା।

Related Articles

Back to top button