ଚାଇନାର ମୁକାବିଲା ପାଇଁ ୧୦୦୦ ଦୂରଗାମୀ ମିଶାଇଲ ମୁତୟନ କରିବ ଜାପାନ

ଟୋକିଓ: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ପରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପକ୍ଷରୁ ସମରାଭ୍ୟାସ କରାଯାଇଥିଲା। ସମରାଭ୍ୟାସ ବେଳେ ଜାପାନର ଏକ୍ସକ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌(ଇଇଜେଡ୍‌)ରେ ୫ଟି କ୍ଷେପଣାସ୍ତ୍ର ପଡ଼ିଥିବା ସୂଚନା ମିଳିଛି। ଏହାକୁ ନେଇ ଜାପାନ କ୍ଷୁବ୍ଧ ହୋଇପଡିଛି। ଜାପାନ ଚାଇନାର ମୁକାବିଲା ପାଇଁ ୧,୦୦୦ ଦୂରଗାମୀ କ୍ଷେପଣାସ୍ତ୍ର ମୁତୟନ କରିବାକୁ ପ୍ରସ୍ତୁତି ଚଳାଇଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ଉତ୍ତର କୋରିଆ ଓ ଚାଇନା ସଂଲଗ୍ନ ନାନ୍‌ସେଇ ଦ୍ୱୀପରେ ଅନୂ୍ୟନ ୧ ହଜାର କ୍ରୁଜ୍‌ ମିଶାଇଲ ମୁତୟନ କରାଯିବ। ଜାହାଜ ଓ ବିମାନଗୁଡ଼ିକରୁ ଏହି ମିଶାଇଲ ୧୦୦ କି.ମି. ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

Related Articles

Back to top button