ଲଣ୍ଡନରୁ ଚୋରି କାର ପାକିସ୍ତାନରେ ମିଳିଲା

କରାଚି: ଆପଣ ଅନେକ ଚୋରି କଥା ଶୁଣିଥିବେ । ଏପରିକି ଚୋର କାର ନେଇ ସହର ଡେଇଁ ଆଉ ଏକ ସ୍ଥାନକୁ ପଳାଇଥିବା ଖବର ଜାଣିଥିବେ। କିନ୍ତୁ କେବେ ଶୁଣିଛନ୍ତି କି କାର ଚୋରି ପରେ ୩ ହଜାର ୯୨୩ ମାଇଲ୍ସ ପରେ ମିଳିବା । ଆଜ୍ଞା ହଁ ପାକିସ୍ତାନର କରାଚିରୁ ଏକ ଲକଜରୀ ‘ବେଣ୍ଟଲେ ମଲସେନ୍’ କାର୍ ମିଳିଛି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଲକଜୁରୀ କାରଟି ଲଣ୍ଡନରୁ ଚୋରି ହୋଇ ଯାଇଥିଲା ।

ଏନେଇ କରାଚି ସିସିଇ ପ୍ରତିକ୍ରିୟା ରଖି କହିଛନ୍ତି, କାର୍ ଚୋରି ନେଇ ୟୁକେର ଗୁଇନ୍ଦା ବିଭାଗ ପାକିସ୍ତାନ ସରକାରଙ୍କୁ ଯୋଗାଯୋଗ କରିଥିଲେ । କରାଚିର ଡିଫେନ୍ସ ହାଉସିଂ ଅଞ୍ଚଳରେ କାରଟି ଥିବା ଜଣା ପଡ଼ିଥିଲା। ଲକଜରୀ ‘ବେଣ୍ଟଲେ ମଲସେନ୍’କାରଟି ଲଣ୍ଡନରୁ ଚୋରି ହୋଇଥିବା ବେଳେ କରାଚିର ୧୫-ବି, ଦକ୍ଷିଣ ଦିଗରେ ଥିବା ୟୁକେ ଗୁଇନ୍ଦା କହିଥିଲା ।

ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରଶାସନ ରେଡ୍ କରିବା ସହ ଲକଜୁରୀ ‘ବେଣ୍ଟଲେ ମଲସେନ୍’କାର ଜବତ କରିବା ସହ ୨ ଜଣଙ୍କୁ ହେପାଜତକୁ ନେଇଛି । ଜମିଲ ଶଫି ଓ ନଭିଦ ବିଲୱାନିଙ୍କୁ ପୋଲିସ ଗିରଫ କରିଛି । ଲକଜୁରୀ କାର୍ ପାଇଁ ଟିକସ ଫାଙ୍କିବା ବିଦେଶ ମନ୍ତ୍ରଣାଳୟରୁ ଏନଓସି ନନେବା ଆଦି ମାମଲାର ତଦନ୍ତ ଚାଲିଛି ।

ତେବେ ରେଡ୍ ବେଳେ ଗାଡ଼ିରେ ପାକିସ୍ତାନୀ ନମ୍ବର ପ୍ଲେଟ୍ ଲାଗିଥିବା ଦେଖିବାକୁ ମିଳିଛି । ୟୁକେ କର୍ତ୍ତୃପକ୍ଷ ଚେସିସ୍ ନମ୍ବର ସହ ଗାଡ଼ିର ଚେସିସ୍ ନମ୍ବର ମେଳ ଖାଇଛି । ତେବେ ଲଣ୍ଡନରୁ କରାଚି ପ୍ରାୟ ୬ ହଜାରରୁ ଅଧିକ କିଲୋମିଟର ରାସ୍ତା କିଭଳି ଆସିଲା ତାହା ଜଣାପଡ଼ି ନାହିଁ । ନକଲି ସିପମେଣ୍ଟ ଓ ପଞ୍ଜିକରଣ କାଗଜପତ୍ର ସହାୟତାରେ ଲଣ୍ଡନରୁ ଗାଡ଼ିଟିକୁ କରାଚି ଅଣାଯାଇଥିବା ସନ୍ଦେହ କରୁଛନ୍ତି ତଦନ୍ତକାରୀ ଅଧିକାରୀ ।

ତେବେ ତଦନ୍ତ ବେଳେ ଜଣାପଡ଼ିଛି ସିନ୍ଧ ଟିକସ ବିଭାଗ ବେଆଇନ୍ ଭାବେ ଚୋରି ଗାଡ଼ିଟିର ପଞ୍ଜିକରଣ କରିଛନ୍ତି । ଆଉ ପଞ୍ଜିକରଣ ବେଳେ କୌଣସି ନିୟମ ପାଳନ ହୋଇ ନାହିଁ । ନଭିଦଙ୍କ ଠାରୁ ଜମିଲ ଚୋରି କାରଟିକୁ ସିନ୍ଧ ଟିକସ ବିଭାଗ କର୍ମଚାୟୀଙ୍କ ମଧ୍ୟସ୍ଥତାରେ କିଣିଥିବା ସିସିଇ ତଦନ୍ତ ବେଳେ ଜଣାପଡ଼ିଛି । ଚୋରି ଲକଜୁରୀ ‘ବେଣ୍ଟଲେ ମଲସେନ୍’କାରଟିକୁ ପ୍ରଶାସନ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Related Articles

Back to top button