ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ପାକିସ୍ତାନର ମହେଞ୍ଜୋଦାରୋ

ଲର୍କାନା: ବିଶ୍ୱର ଐତିହ୍ୟ ତାଲିକାରୁ ମହେଞ୍ଜୋଦାରୋ ହଟିବା ନେଇ ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗ ଆଶଙ୍କା ବ୍ୟକ୍ତ କରିଛି। ଏଥିସହ ଏହି ପ୍ରାଚୀନ ସଭ୍ୟତାର ତ୍ୱରିତ ସଂରକ୍ଷଣ ତଥା ମରାମତି ପାଇଁ ଦୃଷ୍ଟି ଆକର୍ଷଣ କରିଛି। ଅଗଷ୍ଟ ୧୬ରୁ ୨୬ ତାରିଖ ମଧ୍ୟରେ ମହେଞ୍ଜୋଦାରୋର ଭଗ୍ନାବଶେଷକୁ ୭୭୯.୫ ମିଲିମିଟର ବର୍ଷାଜଳ ପ୍ରବେଶ କରିଛି। ଏଥିଯୋଗୁ ଏହାର କେତେକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷା ପ୍ରାଚୀର ଓ ସ୍ତୂପଗୁଡ଼ିକ ଧସିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରା ନ ଗଲେ ମହେଞ୍ଜୋଦାରୋ ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ବୋଲି ଡନ୍‌ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇଛି।

Related Articles

Back to top button