ଆସ୍ଥା ଭୋଟ୍‌ ଜିତିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ରାଞ୍ଚି: ଆସ୍ଥା ଭୋଟ୍‌ ଜିତିଲେ ହେମନ୍ତ ସୋରେନ୍‌। ସୋମବାର ଅନୁଷ୍ଠିତ ଆସ୍ଥା ଭୋଟ୍‌ରେ ବିଜୟୀ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ତେବେ ସୋରେନ୍‌ଙ୍କ ସପକ୍ଷରେ ୪୮ ବିଧାୟକ ମତଦାନ କରିଥିବା ବେଳେ କକ୍ଷ ତ୍ୟାଗ କରିଛି ବିରୋଧୀ ବିଜେପି ।

ଖବର ଅନୁଯାୟୀ, ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ରାଜନୈତିକ ଡ୍ରାମା ଲାଗିରହିଥିଲା । ଯାହାଫଳରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଥିବା ରିସୋର୍ଟ ପଲିଟିକ୍ସ । ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଥିଲା । ଆଉ ଏବେ ସୋମବାର ଦିନ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ଏଥିରେ ହେମନ୍ତ ସୋରେନ୍‌ ସରକାର ବହୁମତର ପରୀକ୍ଷା ଦେବାକୁ ଥିଲେ । ଆଉ ଏଥିରେ ମଧ୍ୟ ହେମନ୍ତ ସୋରେନ୍‌ ସରକାର ସଫଳ ହୋଇଛି । ସୋମବାର ଅନୁଷ୍ଠିତ ଆସ୍ଥା ଭୋଟ୍‌ ଜିତିଛି ହେମନ୍ତ ସୋରେନ୍‌ଙ୍କ ସରକାର । ହେମନ୍ତ ସୋରେନ୍‌ଙ୍କ ସପକ୍ଷରେ ୪୮ ଖଣ୍ଡ ଭୋଟ୍‌ ପଡିଥିବା ବେଳେ ବିଧାନସଭାର କକ୍ଷ ତ୍ୟାଗ କରିଥିଲେ ବିଜେପି ।

Related Articles

Back to top button