ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗୋଟାବାୟାଙ୍କୁ ମାଳଦ୍ୱୀପରେ ଶରଣ ଦେବାକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ସେଠାରେ ଥିବା ଶ୍ରୀଲଙ୍କା ନାଗରିକ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି। ଅପରାଧୀ ଏବଂ ଚୋରଙ୍କୁ ସୁରକ୍ଷା ଦେବା ସରକାର ବନ୍ଦ କରନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ କିଛି ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ମାଳଦ୍ୱୀପ ରାଜଧାନୀ ମାଲେରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି। ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଏପରିକି ରାଷ୍ଟ୍ରପତି ଭବନକୁ ନିଜ ଦଖଲକୁ ନେଇଥିଲେ ବିକ୍ଷୋଭକାରୀ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ସେନା ବିମାନରେ ନିଜ ପରିବାର ସହ ଦେଶ ଛାଡି ପଳାଇଛନ୍ତି।

Related Articles

Back to top button