
ପ୍ରେମିକାଙ୍କ ବ୍ୟାଗରେ ପରିସ୍ରା କରି ଫସିଲେ, ଦେବେ ୯୦,୦୦୦ ଜୋରିମାନା
ସିଓଲ: ପୂର୍ବତନ ପ୍ରେମିକାଙ୍କ ସହ ଝଗଡ଼ା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁକ୍ତିତର୍କବେଳେ ଯୁବତୀଙ୍କ ଦାମୀ ବ୍ୟାଗ୍ରେ ପରିସ୍ରା କରିଦେବାରୁ ଦକ୍ଷିଣ କୋରିଆର ଏକ ଦଓ୍ବୋନୀ ଅଦାଲତ ଯୁବକଙ୍କ ଉପରେ ୧.୫ ନିୟୁତ ଓନ୍ ବା ୯୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପ୍ରେମିକା ଜଣକ ଅତ୍ୟଧିକ ଖର୍ଚ୍ଚ କରୁଥିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗତ ଅକ୍ଟୋବରରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଯୁବକ ଜଣକ ପ୍ରେମିକାଙ୍କ ସମ୍ମୁଖରେ ତାଙ୍କ ଡିଜାଇନର ଭ୍ୟାନିଟି ବ୍ୟାଗ୍ରେ ପରିସ୍ରା କରିଦେଇଥିଲେ। ଏ ନେଇ ପ୍ରେମିକା ଥାନାରେ ଏତଲା ଦେଇଥିଲେ। ହେଲେ ଯୁବକ ଜଣକ ଦୋଷ ନ ମାନିବାରୁ ବ୍ୟାଗ୍ରେ ଲାଗିଥିବା ପରିସ୍ରା ନମୁନାକୁ ଫୋରେନ୍ସିକ୍ ଟିମ୍ ଯାଞ୍ଚ କରିଥିଲା। ଡିଏନ୍ଏ ଟେଷ୍ଟ ରିପୋର୍ଟ ଯୁବକଙ୍କ ସହ ମିଶିଥିଲା। ଫଳରେ ଯୁବତୀ ଜଣକ ଏ ବାବଦ କ୍ଷତିପୂରଣ ଦାବି କରିଥିଲେ। ପରେ କୋର୍ଟ ଯୁବକଙ୍କୁ ୯୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।