ଅଗ୍ନିଶମ ଡିଜିଙ୍କ ନାମରେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲି ବନ୍ଧୁ ଓ ପରିବାର ଲୋକଙ୍କୁ ମାଗୁଛନ୍ତି ଟଙ୍କା। ମେଡିକାଲରେ ଚିକିତ୍ସା ଖର୍ଚ୍ଚ ପାଇଁ ମିଥ୍ୟା ମେସେଜ ଦେଇ ଫୋନ ପେ’ରେ ଟଙ୍କା ପଠାଇବାକୁ କହୁଛନ୍ତି। ତେବେ ଅଗ୍ନିଶମ ଡିଜି ଏ ସଂପର୍କରେ ଜାଣିବା ପରେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କୁ ଖୋଜି ବାହାର କରିବାକୁ ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

Related Articles

Back to top button