ଭୂମିକମ୍ପରେ ଥରିଉଠିଲା ନେପାଳର କାଠମାଣ୍ଡୁ

ଆଜି ସକାଳ ସମୟରେ ଭୂମିକମ୍ପରେ ଥରିଉଠିଛି ନେପାଳ । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଭୂମିକମ୍ପ ୧୩ କିଲୋମିଟର ଗଭୀରତାରେ ସଙ୍ଗଠିତ ହୋଇଛି । ଏହି ଭୂମିକମ୍ପ ଦିଲ୍ଲୀ ଏନସିଆର ଯାଏଁ ମଧ୍ୟ ଅନୁଭୂତ ହୋଇଛି । ତେବେ ଏଯାଏଁ ନେପାଳରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Related Articles

Back to top button